17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଏଣିକି ମଦ୍ୟପାନ ପାଇଁ ଦରକାର ପଡିବ ଲାଇସେନ୍ସ

ଏଣିକି ମଦ୍ୟପାନ ପାଇଁ ଦରକାର ପଡିବ ଲାଇସେନ୍ସ

ନୂଆଦିଲ୍ଲୀ : ଯେତେବେଳେ ମଦ୍ୟପାନ କରିବାକୁ ଇଛା ହୋଇଥାଏ ଆପଣ ସିଧା ଦୋକାନରୁ ମଦ କିଣିଆଣି କୌଣସି ବାର୍ କିମ୍ବା ପବ୍‌ରେ ପିଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଯେମିତି ମଦ ବିକୁଥିବା ବ୍ୟବସାୟୀଙ୍କର ଲାଇସେନ୍ସ ରହିଛି ସେହିପରି ମଦ କିଣୁଥିବା ଲୋକଙ୍କର ମଧ୍ୟ ଏକ ଲାଇସେନ୍ସ ରହିଥାଏ । ଲାଇସେନ୍ସ ନେବା ପରେ ଆପଣ କୌଣସି ସ୍ଥାନକୁ ଯାଇ ମଦ କିଣି ପାରିବେ ଓ ପିଇ ବି ପାରିବେ । ସରକାରଙ୍କ ପକ୍ଷରୁ ସେହି ଲୋକଙ୍କୁ ଲାଇସେନ୍ସ ଦିଆଯାଏ ଯେଉଁମାନେ ମଦ କିଣି ଟ୍ରାଭେଲ କରନ୍ତି । ଏହି ଲାସେନ୍ସକୁ ଅଲ ଇଣ୍ଡିଆ ଲିକର ପରମିଟ୍ କୁହାଯାଏ । ଏହି ଲାଇସେନ୍ସ ନେବା ଦ୍ୱାରା ଆପଣ ମଦ୍ୟପାନ କରିବା ସହ ଜଡିତ ଅନେକ ଆଇନଗତ ମାମଲାରୁ ନିଜକୁ ରକ୍ଷା କରିପାରିବେ । ରିପୋର୍ଟ ଅନୁସାରେ, ଯେତେବେଳ କୌଣସି ସ୍ଥାନରେ ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଏ ତେବେ ଏହି ଲାଇସେନ୍ସ ଚେକ୍ କରାଯାଏ । କହିରଖୁଛୁ କି, ବିଭିନ୍ନ ରାଜ୍ୟରେ ଅଲ ଇଣ୍ଡିଆ ପରମିଟ୍‌କୁ ନେଇ ଅଲଗା ଅଲଗା ନିୟମ ଅଛି ।

ମହାରାଷ୍ଟ୍ରରେ ଏହି ନିୟମ ପାଳନ କରାଯାଉଥିବାବେଳେ ଦିଲ୍ଲୀରେ ଏହି ନିୟମ ନାହିଁ । କୌଣସି ବିବାହ କିମ୍ବା ପାର୍ଟିରେ ମଦ୍ୟପାନ କରୁଥିବାବେଳେ ଏହି ଲାଇସେନ୍ସ ରଖିବାକୁ ପରାମର୍ଶ ଦିଆଯାଏ । ଅଲ ଇଣ୍ଡିଆ ଲିକର ପରମିଟ୍ ମଦକିଣିବା ପାଇଁ ବୈଧ ରଖାଯାଇଥାଏ । ଯଦି କେହି ମଦ୍ୟପାନ ଜନିତ କାନୁନ୍‌ରେ ଫସି ଯାଆନ୍ତି ତେବେ ଏହି ପରମିଟ୍ ସେମାନଙ୍କ ପାଇଁ ଲାଭକାରୀ ହୋଇପାରେ । ଦେଶରେ ମଦ୍ୟପାନ କରିବାର ନ୍ୟୁନତମ ବୟସ ୧୮ରୁ ୨୫ ରହିଛି । ତେବେ ଏହି ବୟସରୁ ଅଧିକ ବର୍ଷ ଥିବା ଲୋକମାନେ ଏଥିପାଇଁ ଆବେଦନ କରିପାରିବେ । ଆବେଦନ ପାଇଁ ଦେୟ ବିଭିନ୍ନ ରାଜ୍ୟର ଅଲଗା ଅଲଗା ରହିଛି । ଅନେକ ରାଜ୍ୟରେ ଲାଇସେନ୍ସ ଏକ କିମ୍ବା ଦୁଇ ବର୍ଷ ପାଇଁ ପ୍ରଦାନ କରାଯାଇଥାଏ, ଯେତେବେଳେ କି କେତେକ ରାଜ୍ୟରେ ଆଜୀବନ ଲାଇସେନ୍ସ ମଧ୍ୟ ଆବଶ୍ୟକ ହୁଏ । ଗୋଟିଏ ବର୍ଷ ପାଇଁ ପ୍ରାୟ ୯୦୦ ଟଙ୍କା, ଆଜୀବନ ଲାଇସେନ୍ସ ପାଇଁ ପ୍ରାୟ ୨ହଜାର ଟଙ୍କା ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking