34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶବ୍ରିଜ୍‌ଭୂଷଣଙ୍କୁ ଚେତାବନୀ ଦେଲା ବିଜେପି; ବିବାଦୀୟ ମନ୍ତବ୍ୟ ଦେବା ବନ୍ଦ କର

ବ୍ରିଜ୍‌ଭୂଷଣଙ୍କୁ ଚେତାବନୀ ଦେଲା ବିଜେପି; ବିବାଦୀୟ ମନ୍ତବ୍ୟ ଦେବା ବନ୍ଦ କର

ନୂଆଦିଲ୍ଲୀ: ଭିନେଶ ଓ ବଜରଙ୍ଗଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ନ ଦେବାକୁ ବ୍ରିଜଭୂଷଣଙ୍କୁ ଚେତାବନୀ ଦେଇଛି ବିଜେପି । ଏକ ଗଣମାଧ୍ୟମ ରିପୋର୍ଟରୁ ଏନେଇ ସ୍ପଷ୍ଟ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ରିଜଭୂଷଣ ଶରଣ ସିଂହଙ୍କୁ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆଙ୍କ ବିରୋଧରେ ମନ୍ତବ୍ୟ ଦେଇ କୌଣସି ବିବାଦ ସୃଷ୍ଟି ନ କରିବାକୁ ବିଜେପି ହାଇକମାଣ୍ଡ୍ ନିର୍ଦ୍ଦେଶ ଦେଇଛନ୍ତି । ୨ ଦିନ ପୂର୍ବେ ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗଦେଇଛନ୍ତି । ଏପରିକି କଂଗ୍ରେସ ସେମାନଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଟିକଟ ମଧ୍ୟ ଦେଇଛି । ତେବେ ଏହାକୁ କେନ୍ଦ୍ରକରି ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ତଥା ବିଜେପିର ୫ଥରର ସାଂସଦ ରହିସାରିଥିବା ବ୍ରିଜଭୂଷଣ ଶରଣ ସିଂହ ଏବେ ଏବେ ବୟାନ୍‌ବାଜି କରିବା ଆରମ୍ଭ କରିଛନ୍ତି ।

ଦିନକ ପୂର୍ବେ ବ୍ରିଜଭୂଷଣ କହିଥିଲେ ଯେ, ସେ ଭିନେଶ ଏବଂ ବଜରଙ୍ଗଙ୍କ ବିରୋଧରେ ପ୍ରଚାର କରିବେ । ଏପରିକି ପ୍ୟାରିସ୍ ଅଲିମ୍ପିକ୍ସରେ ଭିନେଶ ଫୋଗଟ୍ ବିଫଳ ହେବା ସମ୍ପର୍କରେ ମଧ୍ୟ ବ୍ରିଜଭୂଷଣ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ବ୍ରିଜଭୂଷଣ କହିଥିଲେ ଯେ, ଦୁର୍ନୀତି କରି ପ୍ୟାରିସ୍ ଅଲିମ୍ପିକ୍ସରେ ପହଞ୍ôଚଥିବା ଭିନେଶଙ୍କୁ ଭଗବାନ ଦଣ୍ଡିତ କରିଛନ୍ତି । ଭିନେଶ ପ୍ୟାରିସରୁ ଖାଲି ହାତରେ ଫେରିଛନ୍ତି । ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡ୍ଡା, ଓ କଂଗ୍ରେସ ପରିବାର ଉଭୟ ବଜରଙ୍ଗ ଏବଂ ଭିନେଶଙ୍କୁ ମୋହରା ଭାବେ ବ୍ୟବହାର କରିଛନ୍ତି । ତାଙ୍କ (ନିଜେ ବ୍ରିଜ୍‌ଭୂଷଣ) ବିରୋଧରେ ଅଣାଯାଇଥିବା ଯୌନ ଶୋଷଣ ଅଭିଯୋଗ ମଧ୍ୟ ଏକ ଷଡଯନ୍ତ୍ର ଥିଲା ।

ଭାରତୀୟ କୁସ୍ତି ମହାସଂଘ ଉପରେ ଦଖଲ କରିବା ଏବଂ ବିଜେପି ଓ ଏହାର ବିଚାରଧାରା ଉପରେ ଆକ୍ରମଣ କରିବା ପାଇଁ ଏସବୁ ରଚନା କରାଯାଇଥିଲା । କଂଗ୍ରେସର ରାହୁଲଙ୍କ ଏହି ଟିମ୍ ଏସବୁ କରିଛି ବୋଲି ବ୍ରିଜଭୂଷଣ କହିଥିଲେ । ଅନ୍ୟପକ୍ଷେ ବ୍ରିଜଭୂଷଣଙ୍କ ଏପ୍ରକାର ବୟାନକୁ ନେଇ ବିଜେପି ନେତୃତ୍ୱ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଉପରୋକ୍ତ ଚେତାବନୀ ଦେଇଛନ୍ତି । ପ୍ରକାଶ, ପୂର୍ବତନ ବିଜେପି ସାଂସଦ ବ୍ରଜଭୂଷଣଙ୍କ ବିରୋଧରେ ଭିନେଶ ଫୋଗଟ ଏବଂ ସାକ୍ଷୀ ମଲ୍ଲିକ ଭଳି ଅନ୍ତର୍ଜାତୀୟସ୍ତରୀୟ ମହିଳା କୁସ୍ତବିତ୍‌ଙ୍କ ସମେତ ଦେଶର କିଛି ଶ୍ରେଷ୍ଠ ଆଥଲେଟ୍ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଫଳରେ ବିଜେପି ତାଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ନିର୍ବାଚନ ଲଢ଼ିବାକୁ ଟିକଟ୍ ମଧ୍ୟ ଦେଇନଥିଲା । ଏପରିକି ତାଙ୍କୁ ଭାରତୀୟ କୁସ୍ତି ମହାସଂଘର ସଭାପତି ପଦରୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିଥିଲା । ଏହାକୁ ପ୍ରସଙ୍ଗ କରି ବ୍ରିଜଭୂଷଣ ଏବେ ଭିନେଶଙ୍କ ବିରୋଧରେ ଆକ୍ରୋଶମୂଳକ ବୟାନବାଜି କରିବା ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking