33.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶରୁଷ୍‌-ୟୁକ୍ରେନ ଯୁଦ୍ଧ ରୋକିବ ଭାରତ!

ରୁଷ୍‌-ୟୁକ୍ରେନ ଯୁଦ୍ଧ ରୋକିବ ଭାରତ!

ନୂଆଦିଲ୍ଲୀ/ମସ୍କୋ: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ୨ଦିନିଆ ଗସ୍ତରେ ମସ୍କୋ ଯାଉଛନ୍ତି । ଆସନ୍ତା ୧୦ ଓ ୧୧ରେ ସେ ରୁଷ ଗସ୍ତ କରିବେ । ଏହି ଅବସରରେ ସେ ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟି ୟୁକ୍ରେନ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବିରାମ ଏବଂ ଶାନ୍ତି ପାଇଁ ଆଲୋଚନା କରିବେ । ଏହି ଅବସରରେ ସେ ବ୍ରିକ୍ସ-ଏନ୍‌ଏସ୍‌ଏ ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଅଜିତ୍ ଡୋଭାଲ, ରୁଷ୍ ଏବଂ ଚୀନ୍ ପ୍ରତିପକ୍ଷ (ଜାତୀୟ ସୁରକ୍ଷା ପରାମର୍ଶଦାତା)ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ । ବ୍ରିକ୍ସ ହେଉଛି ଅନୌପଚାରିକ ଗୋଷ୍ଠୀ । ଏଥିରେ ୧୦ଟି ଦେଶ ବ୍ରାଜିଲ, ରୁଷ, ଭାରତ, ଚୀନ୍‌, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ୟୁଏଇ, ଇରାନ, ଇଜିପ୍ଟ ଏବଂ ଇଥିଓପିଆ ଭଳି ଦେଶ ସଦସ୍ୟ ରାଷ୍ଟ୍ର ସାମିଲ ରହିଛନ୍ତି ।

ରୁଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବା ଦିଗରେ ଭାରତ ଅନ୍ୟତମ ମଧ୍ୟସ୍ଥି ରାଷ୍ଟ୍ର ହୋଇପାରିବ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ନିକଟରେ ଘୋଷଣା କରିବା ପରେ ପରେ ଭାରତ ପକ୍ଷରୁ ଅଜିତ୍ ଡୋଭାଲ୍ ରୁଷ୍ ଗସ୍ତରେ ଯିବାକୁ ନେଇ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି । ବାସ୍ତବରେ ଭାରତ ରୁଷ-ୟୁକ୍ରେନ୍ ଯୁଦ୍ଧ ରୋକିବା ଦିଗରେ ନିଜ ପ୍ରୟାସ ଜାରି ରଖିଛି ବୋଲି ଦୃଢ଼ୋକ୍ତି କରିଆସୁଥିବା ବେଳେ ଏବେ ଏହା ବିଶ୍ୱସ୍ତରରେ ମଧ୍ୟ ଦୃଢ଼ ବିଶ୍ୱାସ ସୃଷ୍ଟି କରିପାରିଛି । ଯଦି ଅଜିତ୍ ଡୋଭାଲ୍‌ଙ୍କ ଗସ୍ତ ରୁଷ-ୟୁୂକ୍ରେନ୍ ଯୁଦ୍ଧ ପ୍ରାସଙ୍ଗିକ ହୋଇଥାଏ ତେବେ ଭାରତ ପକ୍ଷରୁ ଅଜିତ୍ ଡୋଭାଲ୍ ଏବେ ଶାନ୍ତି ଦୂତ ସାଜିବାକୁ ଯାଉଥିବା ନେଇ ମତପ୍ରକାଶ ପାଇଛି ।

ରୁଷ-ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ବିଶ୍ୱର ସମସ୍ତ ଦେଶ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଦୃଷ୍ଟି ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜେ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି ଏବଂ ଉଭୟ ରାଷ୍ଟ୍ରଙ୍କୁ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି । ନିକଟରେ ୟୁକ୍ରେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଯୁଦ୍ଧ ବନ୍ଦ କରିବା ବିଷୟରେ କହିଥିଲେ । ଏହା ପୂର୍ବରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କୁ ଭେଟିବା ସମୟରେ ମଧ୍ୟ ମୋଦୀ ସମାନ କଥା କହିଥିଲେ ।

ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଆଶା ବ୍ୟକ୍ତ କରିବା ପୂର୍ବକ କହିଥିଲେ, କେବଳ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ତାଙ୍କର ଏହି ଭରସା ଅଛି ଯେ ସେ ଏହି ଯୁଦ୍ଧକୁ ବନ୍ଦ କରିପାରିବେ । ଅନ୍ୟପକ୍ଷରେ, ନିକଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଧ୍ୟ ସ୍ୱୀକାର କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୟୁକ୍ରେନ ଯୁଦ୍ଧ ଉପରେ ଆଲୋଚନା କରି ଶାନ୍ତି ପ୍ରତିଷ୍ଠା କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ସୂଚନାଯୋଗ୍ୟ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ବିବାଦର ସମାଧାନ ପାଇଁ ଭାରତ ତଥା ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ମତବ୍ୟକ୍ତ କରିଛନ୍ତି । ତେବେ ଏପ୍ରକାର ଏକ ସକାରାତ୍ମକ ଆଲୋଚନା ଚାଲିଥିବା ସମୟରେ, ଅଜିତ୍ ଡୋଭାଲ ରୁଷ୍‌-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଆଲୋଚନା କରିବା ଲାଗି ମସ୍କୋ ଯିବେ ବୋଲି ଖବର ସାମ୍ନାକୁ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking