17.1 C
Bhubaneswar
Wednesday, February 11, 2026
Homeଓଡିଶାସାପ କାମୁଡ଼ାରେ ଚାଲିଗଲା ୩ ଭଉଣୀଙ୍କ ଜୀବନ

ସାପ କାମୁଡ଼ାରେ ଚାଲିଗଲା ୩ ଭଉଣୀଙ୍କ ଜୀବନ

ବୌଦ୍ଧ : ସାପ କାମୁଡ଼ାରେ ଚାଲିଗଲା ୩ ଭଉଣୀଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ଚରିଆପାଲି ଗ୍ରାମରେ। ସେମାନଙ୍କ ବାପା ସୁଲେନ୍ଦ୍ର ମଲ୍ଲିକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ସୁଲେନ୍ଦ୍ରଙ୍କ ବଡ ଝିଅ ସୁଧିରେଖା ମଲ୍ଲିକ(୧୩), ମଝିଆ ଝିଅ ଶୁଭରେଖା ମଲ୍ଲିକ(୧୨) ଓ ସାନ ଝିଅ ସୁରଭୀ ମଲ୍ଲିକ (୩ ବର୍ଷ)। ଗତ ରାତିରେ ଖାଇ ପିଇ ଘରେ ସୁଲେନ୍ଦ୍ରଙ୍କ ସହ ୩ ଝିଅ ଏକ ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷାକ୍ତ ସାପଟି ୩ ଝିଅ ଓ ସେମାନଙ୍କ ବପାକୁ କାମୁଡ଼ି ଦେଇଥିଲା। ବିଳମ୍ବିତ ରାତିରେ ସୁଲେନ୍ଦ୍ରଙ୍କ ସହ ୩ ଝିଅଙ୍କ ଅବସ୍ଥା ଗୁରୁତର ହେବାରୁ ପତ୍ନୀ ପାଖ ପଡ଼ୋଶୀଙ୍କୁ ଡାକିଥିଲେ। ୩ ଝିଅ ଓ ବାପାକୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ ଭଉଣୀକୁ ମୃତ ଘୋଷଣା କରିଥିବା ବେଳେ ସେମାନଙ୍କ ବାପାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି। ୩ଝିଅ ଓ ବାପାକୁ ଚିତି ସାପ କାମୁଡ଼ିଥିବା କୁହାଯାଉଛି। ୩ ଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking