22.1 C
Bhubaneswar
Wednesday, January 15, 2025
Homeଓଡିଶାପୁଲିସ୍‍ ବିଭାଗରେ ୧୨ ହଜାରରୁ ଅଧିକ ପଦବୀ ଖାଲି

ପୁଲିସ୍‍ ବିଭାଗରେ ୧୨ ହଜାରରୁ ଅଧିକ ପଦବୀ ଖାଲି

ଭୁବନେଶ୍ୱର : ପୁଲିସ ବିଭାଗରେ କନେଷ୍ଟବଳଙ୍କ ଠାରୁ ଡିଜିଙ୍କ ପର୍ଯ୍ୟନ୍ତ ୧୨,୫୨୫ ଟି ପଦବୀ ଖାଲି ପଡିଛି । ଏଥିରେ ସବୁଠାରୁ ଅଧିକ ତୃତୀୟଶ୍ରେଣୀ ପାହ୍ୟାରେ ୧୦,୮୪୦ ଟି ପଦବୀ ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମାଝି ଦର୍ଶାଇଛନ୍ତି ଯେ ପୁଲିସ୍‍ ବିଭାଗରେ ମୋଟ୍‍ ୭୦,୯୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି ।

ଏଥିରୁ ପ୍ରଥମଶ୍ରେଣୀ ପାହ୍ୟାରେ ୧୦୫୯ଟି ଥିବାବେଳେ ଦ୍ୱିତୀୟଶ୍ରେଣୀ ପାହ୍ୟାରେ ୬୫୫୭ଟି ଏବଂ ତୃତୀୟଶ୍ରେଣୀ ପାହ୍ୟାରେ ୬୩,୩୨୧ଟି ପଦବୀ ରହିଛି । ଏହି ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀରେ ମୋଟ୍‍ ୫୮,୪୧୨ ଜଣ କର୍ମଚାରୀ ରହିଛନ୍ତି । ମୋଟ୍‍ ୧୨,୫୨୫ଟି ପଦବୀ ଖାଲି ପଡିଥିବାବେଳେ ଏଥିରୁ ପ୍ରଥମଶ୍ରେଣୀ ପାହ୍ୟାରେ ୧୯୬ଟି, ଦ୍ୱିତୀୟଶ୍ରେଣୀ ପାହ୍ୟାରେ ୧୮୪୯ଟି ଏବଂ ତୃତୀୟଶ୍ରେଣୀ ପାହ୍ୟାରେ ୧୦,୮୪୦ଟି ପଦବୀ ଖାଲି ରହିଛି । ସେହିଭଳି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ୬୮୫ଟି ଥାନା କାର୍ଯ୍ୟ କରୁଛି । ସର୍ବଭାରତୀୟ ସ୍ତରରେ କେତେ ଲୋକଙ୍କ ପାଇଁ ଜଣେ ପୁଲିସ୍‍ କାର୍ଯ୍ୟ ରହିବାର ବ୍ୟବସ୍ଥା ନେଇ କୌଣସି ମାନଦଣ୍ଡ ନିର୍ଦ୍ଧାରଣ କରାଯାଇ ନ।।ହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking