23.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଟାୟାର ଫାଟି ଓଲଟିଲା ବସ୍‌, ୭ ମୃତ, ୩୭ ଆହତ

ଟାୟାର ଫାଟି ଓଲଟିଲା ବସ୍‌, ୭ ମୃତ, ୩୭ ଆହତ

ୱାଶିଂଟନ୍ : ଆମେରିକାର ମିସିସିପିରେ ବସ୍‌ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ୩୭ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମିସିସିପିରେ ଇଣ୍ଟରଷ୍ଟେଟ ମାର୍ଗ ୨୦ରେ ବସ୍‌ ଟାୟାର ଫାଟିବା ଯୋଗୁଁ ଅନିୟନ୍ତ୍ରିତ ହୋଇ ବସ୍‌ ଓଲଟିପଡିଥିଲା । ଫଳରେ ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି ।

ମିସିସିପ ହାଇୱେ ପେଟ୍ରୋଲ ପକ୍ଷରୁ ଏହି ସୂଚନା ମିଳିଛି । ଖବର ମୁତାବକ, ବସ୍‌ ବରେନ କାଉଣ୍ଟିରେ ବୋବିନା ପାଖରେ ଯାଉଥିବା ବେଳେ ଟାୟାର ଫାଟିଥିଲା । ଟାୟାର ଫାଟିବା ଯୋଗୁଁ ବସ୍‌ଟି ଖାଲରେ ପଡି ଓଲଟି ପଡିଥିଲା । ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୬ ବର୍ଷୀୟ ପୁଅ ଏବଂ ୧୬ ବର୍ଷୀୟ ଝିଅ ଭାଇଭଉଣୀଙ୍କ ମୃତୁ୍ୟ ହୋଇଛି । ଦୁହିଁଙ୍କ ପରିଚୟ ମିଳିଛି । ଅନ୍ୟ ମୃତକଙ୍କ ପରିଚୟ ଖୋଜା ଚାଲିଛି । ୩୭ ଜଣ ଆହତ ଯାତ୍ରୀଙ୍କୁ ଓ୍ୱିକ୍ସବଗ ଏବଂ ଜ୍ୟାକସନ ହସପିଟାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking