19.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶବାୟୁସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ତେଜିନ୍ଦର ସିଂହ

ବାୟୁସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ତେଜିନ୍ଦର ସିଂହ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଏୟାର ମାର୍ଶାଲ ତେଜିନ୍ଦର ସିଂହ ଆଜି ନୂଆଦିଲ୍ଲୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆ ନିଯୁକ୍ତି ପାଇବା ପରେ ସେ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏୟାର ମାର୍ଶାଲ ତେଜିନ୍ଦର ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର ଏବଂ ୧୯୮୭ ଜୁନ ୧୩ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ସେ ୪୫୦୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ ସହ ‘ଏ’ ଶ୍ରେଣୀର ଫ୍ଲାଇଂ ଇନଷ୍ଟ୍ରକ୍ଟର ଅଟନ୍ତି। ସେ ଏକ ଫାଇଟର ସ୍କ୍ୱାର୍ଡନ, ରାଡାର ଷ୍ଟେସନ, ଏକ ପ୍ରମୁଖ ଲଢୁଆ ଘାଟିର ନେତୃତ୍ୱ ନେଇଛନ୍ତି ଏବଂ ଜମ୍ମୁ-କଶ୍ମୀରରେ ଏୟାର ଅଫିସର କମାଣ୍ଡିଂ ଥିଲେ। ତାଙ୍କୁ ୨୦୦୭ରେ ବାୟୁ ସେନା ପଦକ ଏବଂ ୨୦୨୨ରେ ଅତି ବିଶେଷ ସେବା ପଦକ ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking