16.1 C
Bhubaneswar
Saturday, December 20, 2025
Homeଅପରାଧ୩ ଲୁଟେରା ଗିରଫ: ୫ମୋବାଇଲ୍ ଫୋନ ଜବତ

୩ ଲୁଟେରା ଗିରଫ: ୫ମୋବାଇଲ୍ ଫୋନ ଜବତ

କଟକ: ସିଆରଆର୍‌ଆଇ ଥାନା ପୁଲିସ ଆଜି ଦୁଇଜଣ ମୋବାଇଲ ଲୁଟେରାକୁ ଗିରଫ କରିଛି। ସେମାନଙ୍କଠାରୁ ଲୁଟ ହୋଇଥିବା ୪ ମୋବାଇଲ୍ ଫୋନ ଜବତ କରିଛି। ଗିରଫ ଦ୍ୱୟ ହେଲେ ଜଗତସିଂହପୁର ବାଲିକୁଦା ଅ ଳର ବାବୁ ଓରଫ ସୂର୍ଯ୍ୟମଣି ମାଝି (୨୯) ଓ ବିଦ୍ୟାଧରପୁରର ବାପି ଓରଫ ପ୍ରତାପ ମହାନ୍ତି(୩୦)। ଗତ ୨୯ ତାରିଖରେ ବିଦ୍ୟାଧରପୁର ସିଆରଆର୍‌ଆଇ ଅଂଚଳର ପ୍ରହଲ୍ଲାଦ ବିଶ୍ୱାଳ ତାଙ୍କ ଘର ଆଘରେ ଫୋନରେ କଥା ହେଉଥିଲା ବେଳେ ଅଭିଯୁକ୍ତ ଦ୍ୱୟ ମଟରସାଇକେଲ୍‌ରେ ଆସି ତାଙ୍କ ମୋବାଇଲ୍‌କୁ ଝାମ୍ପିନେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।

ତେବେ ଏନେି ଶ୍ର ବିଶ୍ୱାଳ ଥାନାରେ ଏତଲା ଦେବାପରେ ପୁଲିସ ତଦନ୍ତ ଚଳାଇ ଦୁହିଁଙ୍କୁ ଧରି ଆଜି କୋର୍ଟ ଚାଲଣ କରିଛି। ସେହିପରି କ୍ୟାଂଟନେ ପୁଲିସ ମଧ୍ୟ ଜଣେ ମୋବାଇଲ୍ ଲୁଟେରାକୁ ଗିରଫ କରିଛି। ଆଜି ବକ୍ସିବଜାର ଠାରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତୀ ଉନ୍ମୋଚନ ବେଳେ ହୋିଥିବା ଭିଡର ସୁଯୋଗ ନେଇ ଅଭିଯୁକ୍ତ ଜଣକ ମୋଇଲ୍ ଲୁଟ କରିଥିଲେ। ତେବେ ପିସିଆରରେ ପାଟ୍ରୋଲିଂ କରୁଥିବା ପୁଲିସ ତାକୁ ଧରିନେଇଥିଲେ। ଗିରଫ ଅଭିଯୁକ୍ତର ନାମ ସେକ୍ ଫକୀର ଓରଫ ସୋନୁ ଓରଫ ସୋନୁ ମାଷ୍ଟର ତା ଘର କଟକ ହତୀପୋଖରୀ ଅଂଚଳରେ। ତାଠାରୁ ଗୋଟିଏ ଚୋରି ମୋବାଇଲ୍ ଉଦ୍ଧାର କରାଯାଇଥିଲା ବେଳେ ଆଜି ତାକୁ କୋଟ ଚାଲଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking