24.1 C
Bhubaneswar
Wednesday, March 11, 2026
Homeଦେଶ ବିଦେଶବଦଳିଲା ହରିୟାଣା ନିର୍ବାଚନ ତାରିଖ: ୧ ବଦଳରେ ୫ରେ ହେବ ଭୋଟ୍‌

ବଦଳିଲା ହରିୟାଣା ନିର୍ବାଚନ ତାରିଖ: ୧ ବଦଳରେ ୫ରେ ହେବ ଭୋଟ୍‌

ହରିୟାଣା : ବଦଳିଛି ହରିୟାଣା ବିଧାନସଭା ନିର୍ବାଚନ ତାରିଖ। ପୂର୍ବରୁ ଅକ୍ଟୋବର ୧ରେ ଭୋଟିଂ ହେବାର ଥିଲା। କିନ୍ତୁ ଆଜି ଭାରତୀୟ ନିର୍ବାଚନ କମିଶନ ୧ ବଦଳରେ ଅକ୍ଟୋବର ୫ରେ ଭୋଟିଂ ହେବ ବୋଲି ଘୋଷଣା କରିଛନ୍ତି। ହରିୟାଣା ନିର୍ବାଚନ ତାରିଖ ବଦଳି ଥିବାରୁ ଗଣତି ତାରିଖରେ ମଧ୍ୟ ପରିବର୍ତ୍ତନ ହୋଇଛି।

ଏବେ ଅକ୍ଟୋବର ୪ ବଦଳରେ ଅକ୍ଟୋବର ୮ରେ ଉଭୟ ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାସଭା ନିର୍ବାଚନର ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ। ହରିୟାଣା ବିଧାନସଭା ନିର୍ବାଚନ ତାରିଖ ବଦଳି ଥିଲେ ହେଁ ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟ ହେବ। ଭୋଟିଂ ଅଧିକାର ଓ ବିଷ୍ଣୋଇ ସଂପ୍ରଦାୟର ସାଂସ୍କୃତିକ ପରମ୍ପରାକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ବଦଳା ଯାଇଥିବା କମିଶନ ପକ୍ଷରୁ କୁହାଯାଇଛି।

କମିଶନ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଜାତୀୟ, ଆଞ୍ଚଳିକ ଦଳ ଓ ବିଷ୍ଣୋଇ ସମାଜ ପକ୍ଷରୁ ତାରିଖ ବଦଳାଇବାକୁ ଦାବି ହୋଇଥିଲା। ହରିୟାଣାରୁ ରାଜସ୍ଥାନ ଯାଏ ବିଷ୍ଣୋଇ ସଂପ୍ରଦାୟର ଲୋକ ଶତାବ୍ଦୀ ପୁରୁଣା ଅସୋଜ ଅମାବାସ୍ୟା ଉତ୍ସବ ପାଳନ କରିବେ। ଏହାଦ୍ୱାରା ଭୋଟ ହାର ହ୍ରାସ ପାଇବାର ସମ୍ଭାବନା ରହିଛି। ତେଣୁ ତାରିଖକୁ ପରିବର୍ତ୍ତନ କରାଯାଇଥିବା କମିଶନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking