28.3 C
Bhubaneswar
Tuesday, June 23, 2026
Homeଓଡିଶାଗ୍ରାମାଞ୍ଚଳରେ ଖୋଲିବ ନାହିଁ ନୂଆ ମଦ ଦୋକାନ

ଗ୍ରାମାଞ୍ଚଳରେ ଖୋଲିବ ନାହିଁ ନୂଆ ମଦ ଦୋକାନ

ଭୁବନେଶ୍ବର : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଅବକାରୀ ନୀତି ଆଣିଛନ୍ତି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୨୦୨୫ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ନୂଆ ଅବକାରୀ ନୀତି ବଳବତ୍ତର ରହିବ। ନୂଆ ଅବକାରୀ ନୀତି ଅନୁସାରେ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବ ନାହିଁ । କେବଳ ଥ୍ରୀ ଷ୍ଟାର୍‌ ହୋଟେଲ୍‌କୁ ନୂଆ ବାର୍ ଲାଇସେନ୍ସ ମିଳିବ। ଭାଙ୍ଗ, ତାଡ଼ି, ପୋଚ ପାଇଁ ବି ନିୟମ ଲାଗୁ ହେବ। ଏଥି ସହିତ ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ଅନ୍ ସପ୍‌ର ପୁନଃ ନବୀକରଣ କରାଯିବନାହିଁ।
ସେହିପରି ନୂଆ ଅବକାରୀ ନୀତିରେ ଡ୍ୟାନ୍ସ ବାର୍‌ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣ ଅନୁମତି ମିଳିବ ନାହିଁ। ବାର୍‌ ଗୁଡ଼ିକ ଅନୁମତି ନେଇ କେବଳ ସଂଗୀତ ପରିବେଷଣ କରିପାରିବେ, କିନ୍ତୁ ଡ୍ୟାନ୍ସ ନୁହେଁ। ବିଚ୍‌ରେ ମଦ ଶ୍ୟାକ୍ସ ବା କ୍ୟାବିନ୍‌ ଖୋଲିବାର ଅନୁମତି ପର୍ୟ୍ୟଟନ ବିଭାଗ ଦେବ । ବିଚ୍ ଶ୍ୟାକ୍ସର ବାର୍ଷିକ ଲାଇସେନ୍ସ ଦର ହେବ ୫୦ ହଜାର ଟଙ୍କା ରହିବ । ଯାହା ଓଟିଡିସି ପାଖରେ ପୈଠ କରାଯିବ। ଅନ୍ୟପଟେ ନିଶା ସେବନ ବିରୁଦ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking