26.1 C
Bhubaneswar
Wednesday, March 25, 2026
Homeଓଡିଶାଜଗତସିଂହପୁରରେ କାଉ ମଡ଼କ

ଜଗତସିଂହପୁରରେ କାଉ ମଡ଼କ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଉ ମଡ଼କ ଦେଖିବାକୁ ମିଳିଛି । କେତେକ ସ୍ଥାନରେ କାଉ ମରି ପଡିଥିବା ବେଳେ ଆଉ କେଉଁଠି ତଳେ ପଡି ଛଟପଟ ହେଉଥିବା ଦେଖିବାକୁ ମିଳିଛି । ପିପିଲିରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ କାଉ ମଡ଼କକୁ ନେଇ ସାଧାରଣରେ ବାର୍ଡ ଫ୍ଲୁ ନେଇ ଆତଙ୍କ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ କାଉ କରି ପଡ଼ିଥିବା ଖବର ମିଳିବା ପରେ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି।

ସୂଚନାଯୋଗ୍ୟ. ପିପିଲି ପରେ ନିମାପଡା ଡେଲାଙ୍ଗ ବାର୍ଡ ଫ୍ଲୁ ନେଇ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ହଜାର ହଜାର କୁକୁଡ଼ା ମଲେଣି। ନିମାପଡା ଓ ଡେଲାଙ୍ଗରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି। ସରକାରୀ କେନ୍ଦ୍ରରେ ୩୪୮୪ ଟି ନମୁନାର ପରୀକ୍ଷା ଜାରି ରହିଛି। ପିପିଲି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଜ୍ୱର କାଶ ଓ ଥଣ୍ଡା ବ୍ୟାପିବାରେ ଲାଗିଛି। ଲୋକଙ୍କୁ ସଚେତନତା କରାଇବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି। ସତ୍ୟବାଦୀରେ ୧୪୭୮୭ ଓ ପିପିଲିରେ ୧୪୧୨୪ଟି କୁକୁଡ଼ା ସଂକ୍ରମିତ ଅଞ୍ଚଳରୁ ଆରଆରଟି ମାରିଲେଣି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking