31.1 C
Bhubaneswar
Wednesday, May 6, 2026
Homeଦେଶ ବିଦେଶଗୁଜରାଟ : ଭୟଙ୍କର ବର୍ଷାରେ ୧୫ ମୃତ

ଗୁଜରାଟ : ଭୟଙ୍କର ବର୍ଷାରେ ୧୫ ମୃତ

ଗାନ୍ଧିନଗର : ଭୟଙ୍କର ବର୍ଷାରେ ଜଳମଗ୍ନ ଗୁଜରାଟର ଅଧିକାଂଶ ସହର । ଚାରି ଆଡେ କେବଳ ପାଣି ଆଉ ପାଣି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ସେପଟେ ବର୍ଷା ଯୋଗୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ରେକର୍ଡ ବର୍ଷା ହେତୁ ଗୁଜୁରାଟର ୨୭ଟି ଜିଲ୍ଲାରେ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ ଜାରି କରିଛି। ଆଜି ଓ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାବ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ଅଧିକାଂଶ ଡ୍ୟାମ୍ ଓଭରଫ୍ଲୋ ହୋଇଛି। ନଦୀଗୁଡ଼ିକ ବିପଦ ସଙ୍କେତ ଡେଇଁଛି। ଫଳରେ ପାଣି ପଶି ଆବାସିକ ଅଞ୍ଚଳଗୁଡିକ ଟାପୁରେ ପରିଣତ ହୋଇଛି।ଜାମନଗରରୁ ଜୁନାଗଡ, ଭଦୋଦରା ଠାରୁ ବନାସକଣ୍ଠା ଏବଂ ଅରାବାଳି ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଜଳ ପ୍ରଳୟ ଦେଖିବାକୁ ମିଳିଛି। ସବୁଠୁ ନାମୀଦାମୀ ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ଘରେ ପାଣି ପଶିଯିବା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାର୍କିଂ ହୋଇଥିବା ବାଇକ୍‌ ଓ କାର୍‌ ଭାସି ଯାଇଛି। କେବଳ ସେତିକି ନୁହେଁ ଶ୍ମଶାନରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଛି। ଗତ ତିନି ଦିନ ମଧ୍ୟରେ ଗୁଜୁରାଟରେ ପ୍ରବଳ ବର୍ଷା ହେତୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୋରବିରେ ଜଣ ବ୍ୟକ୍ତି, ଗାନ୍ଧିନଗରରେ ୨ ଜଣ, ଆନନ୍ଦରେ ୬, ମହିସାଗରରେ ୨, ଭଦୋଦାରେ, ଖେଡା, ଭରୁଚରେ ଓ ଅହମ୍ମଦାବାଦରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗତ ତିନି ଦିନ ମଧ୍ୟରେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏନ୍‌ଡିଆର୍‌ଫ୍ ଟିମ୍‌ ଯୁଦ୍ଧକାଳୀନ ଭିତ୍ତିରେ ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking