ଭୁବନେଶ୍ୱର : ମାନ୍ୟବର ବାଚସ୍ପତି ମହୋଦୟା ଏବଂ ଏହି ପବିତ୍ର ଗୃହ ର ମାନ୍ୟବର ସଦସ୍ୟ ଏବଂ ସଦସ୍ୟା ମାନେ,୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମିଶନ ଶକ୍ତି ବିଭାଗ ର ବଜେଟ ବିଷୟରେ ପବିତ୍ର ଗୃହ କୁ ଅବଗତ କରିବା ମୋ ପାଇଁ ଏକ ସୌଭାଗ୍ୟର ବିଷୟ । ଅନୁମତିକ୍ରମେ ମନୁସ୍ମୃତିର ଏହି ଶ୍ଳୋକ ସହ ମୁଁ ମୋର ବକ୍ତବ୍ୟ ରଖିବାକୁ ଚାହିଁବି, “ ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ” ଅର୍ଥାତ୍, ଯେଉଁ ଠାରେ ନାରୀ ସମ୍ମାନ ପାଏ, ସେହି ସ୍ଥାନରେ ଦେବତାଙ୍କର ବିରାଜମାନ ସମାଜ, ସମ୍ପ୍ରଦାୟ ଏବଂ ରାଜ୍ୟର ବିକାଶ ତଥା ପରିବର୍ତ୍ତନ ରେ ମହିଳା ମାନଙ୍କ ଭୂମିକାକୁ ଦୃଷ୍ଟିରେ ରଖ୍ ଓଡିଶା ସରକାର ମହିଳା କୈନ୍ଦ୍ରିକ ନୀତି ଏବଂ କାର୍ଯ୍ୟକ୍ରମ ଉପରେ ସର୍ବଦା ଗୁରୁତ୍ବ ଦେଇ ଆସିଛନ୍ତି । ଓଡିଶାରେ ମିଶନ ଶକ୍ତି ବିଭାଗ ଅନ୍ତର୍ଗତ କାର୍ଯ୍ୟକ୍ରମ ‘ରାଜ୍ୟ ସ୍ତରୀୟ ମିଶନ ଶକ୍ତି ଯୋଜନା’, ‘ଜାତୀୟ ଗ୍ରାମୀଣ ଜୀବିକା ମିଶନ’ (NRLM) ଏବଂ ‘ଜାତୀୟ ସହରୀ ଜୀବିକା ମିଶନ (NULM), ସ୍ବୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ରମ ସମ୍ପାଦିତ କରିବା ସହିତ ୭୦ଲକ୍ଷରୁ ଅଧିକ ମହିଳାଙ୍କୁ ୬ ଲକ୍ଷ ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରାଜ୍ୟରେ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ କରିଛି । ବାଚସ୍ପତି ମହୋଦୟା, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଦାବି ସଂଖ୍ୟା-୪୪ ରେ ଉକ୍ତ ବିଭାଗ ପାଇଁ ୨୭୬୧.୫୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି, ତନ୍ମଧ୍ୟରୁ ଯୋଜନା ଖର୍ଚ୍ଚ ବାବଦକୁ ୨୭୫୭.୫୨ କୋଟି ଏବଂ ପ୍ରଶାସନିକ ବ୍ୟୟ ବାବଦକୁ ୪ କୋଟି ।
ଯୋଜନା ବାବଦକୁ ବ୍ୟୟବରାଦ:
ବାଚସ୍ପତି ମହୋଦୟା, ଯୋଜନା ବାବଦରେ ମୋଟ ୨୭୫୭.୫୨ କୋଟି ବ୍ୟୟ ବରାଦ କରାଯାଇଛି। ତନ୍ମଧ୍ୟରୁ ରାଜ୍ୟସ୍ତରୀୟ ଯୋଜନା ବବାଦକୁ ୧୫୯୫.୬୨ କୋଟି ଏବଂ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବବାଦକୁ ୧୧୬୧.୯୦ କୋଟି ବ୍ୟୟ ବରାଦ କରାଯାଇଛି। ବାଚସ୍ପତି ମହୋଦୟା, ମୁଁ ଏହି ପବିତ୍ର ଗୃହରେ ଚଳିତ ବର୍ଷର ବଜେଟ ର ପ୍ରମୁଖ ଉପାଦାନ ଗୁଡିକ ସୂଚାଇ ଦେବାକୁ ଚାହୁଁଛି ।
ରାଜ୍ୟସ୍ତରୀୟ ଯୋଜନା: ସମୁଦାୟ ବଜେଟ୍ – ₹ ୧୫୯୫.୬୨ କୋଟି
* ମିଶନ ଶକ୍ତି ଋଣ -ରାଜ୍ୟ ସୁଧ ରିହାତି ବ୍ୟବସ୍ଥା: ବ୍ୟୟବରାଦ- ୩୦୦ କୋଟି ଟଙ୍କା
ସ୍ବୟଂ ସହାୟକ ଗୋଷ୍ଠୀ ସ୍ତରରେ ମହିଳା- ନେତୃତ୍ୱାଧୀନ ଉଦ୍ୟୋଗ ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଆନୁଷ୍ଠାନିକ ଋଣ ଯୋଗାଇ ଦେବା ସହ ସୁଧ ରିହାତି ବ୍ୟବସ୍ଥା କରି ଅଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୪ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୫,୦୦୦ କୋଟି ଟଙ୍କାର ଆନୁଷ୍ଠାନିକ ଋଣ ଯୋଗାଇଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ, ୪.୧୩ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୬,୫୮୬ କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦିଆଯାଇଛି । ବିଗତ ୫ ବର୍ଷ ମଧ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ରଣହାରରେ ୬୫୦% ବୃଦ୍ଧି ଦେଖାଯାଇଥିବା ବେଳେ ହାରାହାରି ଋଣର ଆକାର ୪.୦୧ ଲକ୍ଷ ଟଙ୍କାରେ ପହଞ୍ଚିଛି । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୪ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୨୦,୦୦୦ କୋଟି ଟଙ୍କାର ଋଣ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି ।
ବାଚସ୍ପତି ମହୋଦୟା, ସ୍ବୟଂ ସହାୟକ ଗୋଷ୍ଠୀ ସ୍ତରରେ ମହିଳା- ନେତୃତ୍ବାଧୀନ ଉଦ୍ୟୋଗ ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ସୁଧ ରିହାତି କାର୍ଯ୍ୟକ୍ରମ ଅଧୀନରେ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଋଣର ନିୟମିତ ପରିଶୋଧ ଉପରେ ୦ (ଶୁନ)% ସୁଧହାର ଧାର୍ଯ୍ୟ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଆର୍ଥିକ ବର୍ଷ ୨୦୨୩-୨୪ରେ ୩ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ୨୯୧ କୋଟି ଟଙ୍କା ଫେରସ୍ତ କରାଯାଇଛି ଯାହାକି ବିଗତ ୫ ବର୍ଷରେ ୩୫୦% ବୃଦ୍ଧି ସୂଚାଉଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୩୦୦ କୋଟି ଟଙ୍କା ସୁଧ ଫେରସ୍ତ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ମିଶନ ଶକ୍ତି ସ୍କୁଟର ଯୋଜନା: ବ୍ୟୟବରାଦ- ୭୫ କୋଟି ଟଙ୍କା
“ଗତିଶୀଳତା ହିଁ ଶକ୍ତି ।” ଏହାକୁ ଆଧାରକରି ମିଶନ ଶକ୍ତି ବିଭାଗ ଅନସ୍ଥ କାର୍ଯ୍ୟରତ Community Support Staff, Business Correspondent Agent এ。 Executive Community ସଦସ୍ୟା ମାନଙ୍କ କ୍ଷେତ୍ର ତଦାରଖରେ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଆରମ୍ଭ କରିଥିଲେ।
ବାଚସ୍ପତି ମହୋଦୟା, ଏହି ଯୋଜନା ଅଧୀନରେ ୭୫,୦୦୦ Community Support Staff, Business Correspondent Agent ৩° ९.१४ Executive Community ସଦସ୍ୟାମାନେ ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ରଣର ବ୍ୟବସ୍ଥା କରାଯାଇଛି । ୨୦୨୪- ୨୫ ଆର୍ଥିକ ବର୍ଷରେ ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ୭୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଜୀବିକା ଓ କୌଶଳ ଉନ୍ନୟନ: ବ୍ୟୟବରାଦ- ୨୦୪.୨୨ କୋଟି ଟଙ୍କା
ବାଚସ୍ପତି ମହୋଦୟା, ମିଶନ ଶକ୍ତି ବିଭାଗ ବିଭିନ୍ନ ସରକାରୀ ସେବା ଏବଂ ସାମଗ୍ରୀ ଯୋଗାଣକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବା ସହ, ଜୀବନ ଜୀବିକା ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଲକ୍ଷରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୩୪୪୫ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିପାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ଉଦ୍ୟାନ କୃଷି, ପଶୁପାଳନ, କ୍ଷୁଦ୍ର ଉଦ୍ୟୋଗ ଏବଂ ବିଭିନ୍ନ ସେବା କ୍ଷେତ୍ରରୁ ସ୍ବୟଂ ସହାୟକ ଗୋଷ୍ଠୀମାନେ ୧୧,୪୨୭ କୋଟି ଟଙ୍କା ରୋଜଗାର କରିପାରିଛନ୍ତି । ଏହି ଯୋଜନା ଅଧୀନରେ ସମଗ୍ର ରାଜ୍ୟରେ ୨୬୬ଟି ମିଶନ ଶକ୍ତି କାଫେ କାର୍ଯ୍ୟକ୍ଷମ ହୋଇଛି । ଜୀବନ ଜୀବିକା ଏବଂ ଦକ୍ଷତା ବିକାଶ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୪.୨୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଗୃହ ନିର୍ମାଣ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବ୍ଲକ ସ୍ତରୀୟ ଫେଡେରେସନ୍ ପାଇଁ ଆର୍ଥିକ ସହାୟତା: ବ୍ୟୟବରାଦ- ୯୨୪.୪୦ କୋଟି ଟଙ୍କା
ବାଚସ୍ପତି ମହୋଦୟା, ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ମିଶନ ଶକ୍ତି ଗୃହ ନିର୍ମାଣ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ଯାହାକି ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବୈଠକ ଏବଂ ଉତ୍ପାଦିତ ସାମଗ୍ରୀ ବିକ୍ରୟ କେନ୍ଦ୍ର ଭାବେ କାମ କରିବ । ସେହିପରି, ଏହି ଯୋଜନା ଅଧୀନରେ ରାଜ୍ୟର ୧୧୪ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଗୋଟିଏ ଲେଖାଏଁ ମିଶନ ଶକ୍ତି ଗୃହ ନିର୍ମାଣ କରିବାକୁ ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ଗ୍ରାମୀଣ ଏବଂ ସହରାଞ୍ଚଳରେ ୬୫୦୦ ଟି ମିଶନ ଶକ୍ତି ଗୃହ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟବହାର ପାଇଁ ହସ୍ତାନ୍ତର କରାଯାଇଛି ।
ସେହିଭଳି ଆଇ.ସି.ଡି.ଏସ୍ (ICDS) ପ୍ରକଳ୍ପ ଅଞ୍ଚଳରେ ମିଶନ ଶକ୍ତି ଭବନ, ବ୍ଲକ୍ ସ୍ତରୀୟ ମହାସଂଘ (BLF)ମାନଙ୍କର ନିୟମିତ ବୈଠକ, ତାଲିମ୍, ସ୍ବୟଂ ସହାୟକ ଗୋଷ୍ଠୀଉତ୍ପାଦର ସଂରକ୍ଷଣ ଏବଂ ବିକ୍ରୟ ତଥା ଦୈନନ୍ଦିନ ଅଫିସ୍ କାର୍ଯ୍ୟକଳାପ ପାଇଁ ମୌଳିକ ଭିତ୍ତିଭୂମି ସହାୟତା ଯୋଗାଇଦେଉଛି । ରାଜ୍ୟ ସରକାର ୩୩୮ଟି ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ନିମନ୍ତେ ପ୍ରତ୍ୟେକ ଭବନ ପିଛା ୫୦ ଲକ୍ଷ ଟଙ୍କା ତଥା ୩୦ଟି ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଭବନ ନିର୍ମାଣ ନିମନ୍ତେ ପ୍ରତ୍ୟେକ ଭବନ ପିଛା ୧ କୋଟି ଟଙ୍କାର ବଜେଟ୍ ଅନୁମୋଦନ କରିଛନ୍ତି । ଏ ପର୍ଯ୍ୟନ୍ତ ୩୧୦ଟି ବ୍ଲକ ମିଶନ ଶକ୍ତି ଭବନ ଏବଂ ୩ଟି ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଭବନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
ସେହିପରି ପଞ୍ଚାୟତ ସ୍ତରରେ ୧୮୮୮ ମହାସଂଘ କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରତ୍ୟେକ କାର୍ଯ୍ୟାଳୟ ପିଛା ୩୦ ଲକ୍ଷ ଟଙ୍କା ଲେଖାଏଁ ଅନୁମୋଦନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ମିଶନ ଶକ୍ତି ଭିତ୍ତିଭୂମି ନିମନ୍ତେ ୪୧୬.୮୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ମହାସଂଘଙ୍କ ନିମନ୍ତେ ୫୦୭.୬୦ କୋଟି ଟଙ୍କାର ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି ।
ଭିଭି ସଂରଚନା: ବ୍ୟୟବରାଦ- ୪୦ କୋଟି ଟଙ୍କା
ବାଚସ୍ପତି ମହୋଦୟା, ୨୧,୦୦୦ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜୀବିକା ଓ ଉଦ୍ୟୋଗିତା ବୃଦ୍ଧି ଏବଂ ୩୫,୦୦୦ ସ୍ବୟଂ ସହାୟକ ଗୋଷ୍ଠୀଙ୍କ କୃଷି ଭିଭିକ ଉଦ୍ୟୋଗିତା ବୃଦ୍ଧି ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ କରାଯାଇଛି । ମହିଳା ନେତୃତ୍ୱାଧୀନ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ Fashion Designing, Beauty ଏବଂ Wellness, କାଫେ ପରିଚାଳନା, ଲିଙ୍ଗ ଆଧାରିତ ହିଂସା ଏବଂ ସ୍ବାସ୍ଥ୍ୟ ଉପରେ ତାଲିମ ଦିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବମୋଟ ୯୯,୨୪୯ ସଦସ୍ୟାଙ୍କୁ କ୍ଷମତା ବିକାଶ ତାଲିମ୍ ଯୋଗାଇଦିଆଯାଇଛି । ଆବଶ୍ୟକତା ଅନୁଯାୟୀ ଜୀବିକା ବିକାଶ ତାଲିମ୍ ଦେବା ପାଇଁ ପ୍ରତି ବ୍ଲକ ସ୍ତରୀୟ ମହାସଂଘ ମାନଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ହିସାବରେ ସର୍ବମୋଟ ୫୦ କୋଟି ୭୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଚଳିତ ୨୦୨୪- ୨୫ ଆର୍ଥିକ ବର୍ଷରେ ୪୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଅନ୍ୟାନ୍ୟ ଦେୟ: ବ୍ୟୟବରାଦ- ୫୨ କୋଟି ଟଙ୍କା
ବାଚସ୍ପତି ମହୋଦୟା, ମାନବ ସମ୍ବଳ, ନିରୀକ୍ଷଣ ଏବଂ ମୂଲ୍ୟାୟନ, Information, Education and Communication (IEC) କାର୍ଯ୍ୟକଳାପ, ଆପାତଃକାଳୀନ ପ୍ରଶାସନିକ ଖର୍ଚ୍ଚ ତଥା ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ଆର୍ଥିକ ବର୍ଷ ୨୦୨୪-୨୫ ରେ ୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି
କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା: ସମୁଦାୟ ବଜେଟ୍ – ₹ ୧୧୬୧.୯୦ କୋଟି ଷ୍ଟାର୍ଟ ଅପ୍ ଗ୍ରାମ୍ୟ ଉଦ୍ୟୋଗୀ କାର୍ଯ୍ୟକ୍ରମ (Start-up Village Entrepreneurship Program-SVEP): ବ୍ୟୟବରାଦ- ୫୧.୫୮ କୋଟି ଟଙ୍କା
ବାଚସ୍ପତି ମହୋଦୟା, ଏହି କାର୍ଯ୍ୟକ୍ରମ ଅଧୀନରେ ଷ୍ଟାର୍ଟ ଅପ୍ ଗ୍ରାମ୍ୟ ଉଦ୍ୟୋଗୀ คดูด, One Stop Facility (OSF), Micro Enterprise Development (MED), ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା (AGEY) ଅନ୍ତର୍ଭୁକ୍ତ । ନୂତନ ଅଣ-କୃଷି ଉଦ୍ୟୋଗଗୁଡିକୁ ପଞ୍ଜୀକରଣ, ଅନୁପାଳନ, ମାର୍କେଟିଂ ଏବଂ କଞ୍ଚାମାଲ ସହାୟତା ସହିତ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ଅର୍ଥ ରାଶି ତଥା ବ୍ୟବସାୟିକ ସହାୟତା ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୫୧.୫୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଜାତୀୟ ଗାମୀଣ ଅର୍ଥନୈତିକରୂପାନ୍ତରଣ ପ୍ରକଳ୍ପ (National Rural Economic Transformation Project-NRETP): ବ୍ୟୟବରାଦ- ୧୭.୮୮ କୋଟି ଟଙ୍କା
ବାଚସ୍ପତି ମହୋଦୟା, ଜାତୀୟ ଗ୍ରାମୀଣ ଅର୍ଥନୈତିକ ପରିବର୍ତ୍ତନ ପ୍ରକଳ୍ପ (ଏନ.ଆର.ଇ.ଟି.ପି.) ଜୀବନ ଜୀବିକା ବୃଦ୍ଧି, ସୁଲଭ ଆର୍ଥିକ ସହାୟତା, ଡିଜିଟାଲ୍ ଅର୍ଥ ବ୍ୟବସ୍ଥା ଇତ୍ୟାଦିର ବିକାଶରେ ଲକ୍ଷ୍ୟ ରଖେ । ୧୧ ଟି ଜିଲ୍ଲାର ୪୪ଟି ବ୍ଲକରେ ପରିଚାଳିତ ଏହି ପ୍ରକଳ୍ପ, ଗ୍ରାମୀଣ ମହିଳା ଏବଂ ଯୁବପିଢ଼ିଙ୍କ ଔଦ୍ୟୋଗିତା ବିକାଶ, ଆର୍ଥିକ ସହାୟତା ବୃଦ୍ଧି ଏବଂ ମହିଳା ତଥା ଯୁବପିଢ଼ି ନେତୃତ୍ବାଧୀନ ଉଦ୍ୟୋଗ ଗୁଡିକର ପ୍ରସାରଣରେ ଧ୍ୟାନ ଦିଏ । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନା ନିମନ୍ତେ ୧୭.୮୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଷ୍ଟାର୍ଟ ଅପ୍ ଗ୍ରାମ୍ୟ ଉଦ୍ୟୋଗୀ କାର୍ଯ୍ୟକ୍ରମ (Start-up Village Entrepreneurship Program-SVEP): ବ୍ୟୟବରାଦ- ୫୧.୫୮ କୋଟି ଟଙ୍କା
ବାଚସ୍ପତି ମହୋଦୟା, ଏହି କାର୍ଯ୍ୟକ୍ରମ ଅଧୀନରେ ଷ୍ଟାର୍ଟ ଅପ୍ ଗ୍ରାମ୍ୟ ଉଦ୍ୟୋଗୀ คดูด, One Stop Facility (OSF), Micro Enterprise Development (MED), ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା (AGEY) ଅନ୍ତର୍ଭୁକ୍ତ । ନୂତନ ଅଣ-କୃଷି ଉଦ୍ୟୋଗଗୁଡିକୁ ପଞ୍ଜୀକରଣ, ଅନୁପାଳନ, ମାର୍କେଟିଂ ଏବଂ କଞ୍ଚାମାଲ ସହାୟତା ସହିତ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ଅର୍ଥ ରାଶି ତଥା ବ୍ୟବସାୟିକ ସହାୟତା ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୫୧.୫୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ମହିଳା କୃଷକ ସଶକ୍ତିକରଣ ପ୍ରକଳ୍ପ (Mahila Kisan Sashaktikaran Pariyojana-MKSP)
ବ୍ୟୟବରାଦ- ୮୨ କୋଟି ଟଙ୍କା
ବାଚସ୍ପତି ମହୋଦୟା, ଇଣ୍ଟିଗ୍ରେଟେଡ୍ ଫାମିଂ କ୍ଲଷ୍ଟର (ଆଇ.ଏଫ୍.ସି): ଦିନ ଦୟାଲ ଉପାଧ୍ୟୟ ଅନ୍ତୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM) ଅଧୀନରେ ଏହି ଯୋଜନା କୃଷି ତଥା ଅନ୍ୟ ସମବର୍ଗ ଜୀବିକା ବିକଳ୍ପରେ, ମହିଳା କୃଷକମାନଙ୍କ ସଶକ୍ତିକରଣ ଉପରେ ଧ୍ୟାନ ଦେଇଥାଏ । ଏହା ସେମାନଙ୍କର ଉତ୍ପାଦକତା ବୃଦ୍ଧି କରିବା ପାଇଁ ଆର୍ଥିକ ସହାୟତା, ବଜାର ସଂଯୋଗ ଆଦି ଯୋଗାଇଦେବାକୁ ଲକ୍ଷ୍ୟ ରଖେ । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୮୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଗ୍ରାମୀଣ ସ୍ବୟଂ ନିଯୁକ୍ତି ତାଲିମ୍ ପ୍ରତିଷ୍ଠାନ (Rural Self Employment Training Institutes-RSETIs):
ବ୍ୟୟବରାଦ- ୧୪.୬୪ କୋଟି ଟଙ୍କା
ବାଚସ୍ପତି ମହୋଦୟା, ରାଜ୍ୟରେ ସମସ୍ତ ୩୦ ଜିଲ୍ଲାରେ ଗ୍ରାମୀଣ ସ୍ବୟଂ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ଗ୍ରାମାଞ୍ଚଳର ଯୁବକ ଯୁବତୀ (୧୮-୪୫ ବୟସ) ମାନଙ୍କୁ ଉଦ୍ୟୋଗିତା ବୃଦ୍ଧି ତାଲିମ ଦେଇଥାଏ । ଭାରତ ସରକାରଙ୍କ ଆର୍ଥିକ ଅନୁଦାନ ପ୍ରାପ୍ତ ଏବଂ ରାଜ୍ୟସରକାରଙ୍କ ଦ୍ବାରା ଯୋଗାଇଦିଆଯାଇଥିବା ସ୍ଥାନରେ ଏହି ପ୍ରତିଷ୍ଠାନ ଗୁଡିକ ମାଗଣାରେ ଆବାସିକ ତାଲିମ୍, କ୍ଷୁଦ୍ର ପାଠ୍ୟକ୍ରମ ଏବଂ ତାଲିମ୍ ପରେ ୨ ବର୍ଷ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରନ୍ତି ତଥା ବ୍ୟାଙ୍କ ରଣ ଏବଂ ମାଇକ୍ରୋ ଉଦ୍ୟୋଗ ପ୍ରତିଷ୍ଠା କରିବାରେ ସାହାଯ୍ୟ ପ୍ରଦାନ କରନ୍ତି । ୨୦୨୪-୨୫ ଆର୍ଥକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୧୪.୬୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବାଚସ୍ପତି ମହୋଦୟା, ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୁରଦୃଷ୍ଟିକୁ ଆଖରେ ରଖ୍ ଓ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବଳିଷ୍ଠ ନେତୃତ୍ବ ରେ ମିଶନ ଶକ୍ତି ବିଭାଗରେ ଅନେକ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀ ରେ ମୁଁ ଏହି ପବିତ୍ର ଗୃହର ସମସ୍ତ ମାନ୍ୟବର ସଦସ୍ୟ ଏବଂ ସଦସ୍ୟା ମାନଙ୍କୁ ଅନୁରୋଧ କରୁଅଛି କି, ୨୦୨୪ -୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ମିଶନ ଶକ୍ତି ବିଭାଗର ଖର୍ଚ୍ଚ ଦାବିକୁ ପୂର୍ଣ ସମର୍ଥନ କରି ଏହାକୁ ଅନୁମୋଦନ କରନ୍ତୁ ।