24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶରୁଷ୍ ବିଦେଶ ମନ୍ତ୍ରୀଙ୍କ ବଡ଼ ବୟାନ୍‌; ‘ଆମେରିକା ଚାହୁଁଛି ତୃତୀୟ ବିଶ୍ୱଯୁଦ୍ଧ ହେଉ’

ରୁଷ୍ ବିଦେଶ ମନ୍ତ୍ରୀଙ୍କ ବଡ଼ ବୟାନ୍‌; ‘ଆମେରିକା ଚାହୁଁଛି ତୃତୀୟ ବିଶ୍ୱଯୁଦ୍ଧ ହେଉ’

ମସ୍କୋ: ଗୋଟିଏ ପଟେ ମଧ୍ୟପ୍ରାଚ୍ୟ ଏସିଆରେ ଯୁଦ୍ଧ ଭୟ ଲାଗି ରହିଥିବା ବେଳେ ପୁଣିଥରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଧିକ ଆକ୍ରାତ୍ମକ ହୋଇଛି । ଏହାରି ମଧ୍ୟରେ ରୁଷିଆ ବୈଦେଶିକ ମନ୍ତ୍ରୀ ସମ୍ଭାବ୍ୟ ତୃତୀୟ ବିଶ୍ୱଯୁଦ୍ଧ ସମ୍ପର୍କରେ ବଡ ବୟାନ ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଲାଭ୍ରୋଭ କହିଛନ୍ତି ଆମେରିକା ଭାବୁଛି ଯେ ଏକ ନୂତନ ବିଶ୍ୱଯୁଦ୍ଧ ଆରମ୍ଭ ହେଲେ ୟୁରୋପ ପ୍ରଥମେ କ୍ଷତି ସହିବ । ବିଶେଷ ଭାବରେ, ହ୍ୱାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦର ସଂଯୋଜକ ଜନ୍ କିର୍ବିଙ୍କ ବୟାନକୁ ଇଙ୍ଗିତ କରି ସେ ଏହା କହିଥିଲେ ।
ଲାଭ୍ରୋଭ କହିଛନ୍ତି ଯେ, ସାଧାରଣତ ଏହା ଆମେରିକାର ଯୋଜନାକାରୀ ତଥା ବୈଶ୍ୱିକ ରଣନୀତିଜ୍ଞଙ୍କ ମାନସିକତାକୁ ପ୍ରତିଫଳିତ କରେ, ଯେଉଁମାନେ ଭାବୁଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ହେଲେ ସେମାନେ ପ୍ରଭାବିତ ହେବେ ନାହିଁ ।
“ସେମାନେ ଯେପରି ଭାବରେ ସେମାନଙ୍କର ଭାବନାକୁ ପ୍ରକାଶ କରନ୍ତି, ତାହା ହେଉଛି ଏକ ଅର୍ଥରେ ହେଉଛି ଅନ୍ୟଦ୍ୱାରା ପ୍ରଭାବିତ । ଆପଣ ଜାଣନ୍ତି, ତୃତୀୟ ବିଶ୍ୱଯୁଦ୍ଧ ଖରାପ କାରଣ ଆମେ ଚାହୁଁନାହୁଁ ୟୁରୋପର କ୍ଷତି ହେଉ । ଏହା ହେଉଛି ଆମେରିକାର ମାନସିକତା । ସମୁଦ୍ରର ଅନ୍ୟ ପାର୍ଶ୍ୱ ରହି ନିଜର ନିରାପତ୍ତା ବିଷୟରେ ନିଶ୍ଚିତ ଏବଂ ନିଶ୍ଚିତ ଯେ, କେବଳ ୟୁକ୍ରେନୀୟମାନେ ନୁହଁନ୍ତି, ୟୁରୋପୀୟମାନେ ମଧ୍ୟ ଏହି ଭୟଙ୍କର ଯୁଦ୍ଧର କରାଳ ରୂପରେ ପ୍ରଭାବିତ ହେବେ ବୋଲି ଲାଭ୍ରୋଭ କହିଛନ୍ତି ।
ଏହାପୂର୍ବରୁ ରୁଷିଆର ଉପ ବୈଦେଶିକ ମନ୍ତ୍ରୀ ସର୍ଗି ରାଇବକୋଭ ସ୍ୱୀକାର କରିଥିଲେ ଯେ ପୁଣିଥରେ ଯୁଦ୍ଧ ଅଧିକ ତୀବ୍ରତର ହେବା ପରେ ରୁଷିଆ ଏହାର ଆଣବିକ ଶକ୍ତିର ପ୍ରୟୋଗ ସମ୍ପର୍କରେ ଚିନ୍ତା କରିପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking