26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶନାଗାର୍ଜୁନଙ୍କ ସମ୍ପତ୍ତି ଉପରେ ଚାଲିଲା ବୁଲଡୋଜର

ନାଗାର୍ଜୁନଙ୍କ ସମ୍ପତ୍ତି ଉପରେ ଚାଲିଲା ବୁଲଡୋଜର

ହାଇଦ୍ରାବାଦ୍‌: ପ୍ରଖ୍ୟାତ ତେଲୁଗୁ ଅଭିନେତା ନାଗାର୍ଜୁନ ଅକ୍କିନେନିଙ୍କ ମାଲିକାନାରେ ଥିବା ଏନ୍‌. କନଭେନସନ ସେଣ୍ଟର ଉପରେ ବୁଲଡୋଜର ଚାଲିଛି। ହାଇଦ୍ରାବାଦ୍ ବିପର୍ଯ୍ୟୟ ପରିଚାଳନା ଏବଂ ସମ୍ପତ୍ତି ସଂରକ୍ଷଣ ସଂସ୍ଥା (ଏଚ୍‌ୱାଇଡିଆର୍‌ଆର୍‌ଏ) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସର୍ବସାଧାରଣ ସ୍ଥାନକୁ ଜବରଦଖଲ କରି ବେଆଇନ୍ ଭାବେ ନାଗାର୍ଜୁନ୍ ଏଠାରେ ଏନ୍‌. କନଭେନସନ ସେଣ୍ଟର ନାମରେ ଏକ ବଙ୍ଗଳା ନିର୍ମାଣ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏଚ୍‌ୱାଇଡିଆର୍‌ଆର୍‌ଏ ଦର୍ଶାଇଛି।

ଅଭିଯୋଗ ଅନୁସାରେ ସ୍ଥାନୀୟ ଜଳଭଣ୍ଡାର ତାମିଡି ଚେରେଭୁ (ଏକ ବୃହତ୍ ହ୍ରଦ)ର ପ୍ରାୟ ୬.୬୯ ଏକର ପରିମିତ ଜମିକୁ ବେଆଇନ୍ ଭାବେ କବ୍‌ଜା କରାଯାଇ ଏଠାରେ କନ୍‌ଭେନ୍‌ସନ୍ ସେଣ୍ଟର ନିର୍ମାଣ କରାଯାଇଥିଲା। ଏହି କନ୍‌ଭେନ୍‌ସନ୍ ସେଣ୍ଟରଟି ରଙ୍ଗାରେଡ୍ଡୀ ଜିଲ୍ଲାର ଶିଳ୍ପରାମମ୍ ପାଖରେ ଥିବା ମାଧପୁରରେ ଇମ୍ମିଡିକୁଣ୍ଡା ହ୍ରଦର ଫୁଲ୍ ଟେକ୍ ଲେଭଲ (ଏଫ୍‌ଟିଏଲ) ଅଞ୍ଚଳରେ ବଫର ଜୋନ ଭିତରେ ନିର୍ମାଣ କରାଯାଇଥିଲା। ତେବେ ଏହି ସମ୍ମିଳନୀ କେନ୍ଦ୍ର ବେଆଇନ ଭାବେ ନିର୍ମାଣ କରାଯାଇଥିବା ଅଭିଯୋଗ ହେବା ପରେ ପରେ ଏଚ୍‌ୱାଇଡିଆର୍‌ଆର୍‌ଏ ଅଧିକାରୀମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପଟେ ପ୍ରଶାସନର ଏପରି ପଦକ୍ଷେପକୁ ନେଇ ନାଗାର୍ଜୁନ ଦୁଃଖପ୍ରକାଶ କରିଛନ୍ତି। ସେ କହିଛନ୍ତି, ତାଙ୍କ କନ୍‌ଭେନସନ ହଲ୍ ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ। ତାଙ୍କୁ କୌଣସି ସୂଚନା ଦିଆନଯାଇ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏ ନେଇ ସେ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking