28.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶମୋଦୀ ଓ ଯୋଗୀଙ୍କ ପ୍ରଶଂସା କରିବାରୁ ପତ୍ନୀଙ୍କୁ ’ତିନ୍‌ ତଲାକ୍’ ଦେଲେ ସ୍ବାମୀ

ମୋଦୀ ଓ ଯୋଗୀଙ୍କ ପ୍ରଶଂସା କରିବାରୁ ପତ୍ନୀଙ୍କୁ ’ତିନ୍‌ ତଲାକ୍’ ଦେଲେ ସ୍ବାମୀ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର ବାହାରାଇଚର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର‌ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବାକୁ ତାଙ୍କ ସ୍ବାମୀ ତାଙ୍କୁ ‘ତିନ୍‌ ତଲାକ୍’ ଦେଖିଛନ୍ତି। ମହିଳା ଜଣକ ଅଯୋଧ୍ୟାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର‌ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିଲେ, ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କ ସ୍ବାମୀ।

ଏହି ମାମଲାକୁ ଭିତ୍ତି କରି ପୁଲିସ୍‌ ଉକ୍ତ ବ୍ୟକ୍ତି ଓ ‌ତାଙ୍କ ପରିବାର ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହିଳା ଜଣକ ଆହୁରି ବି ଅଭିଯୋଗ ଆଣିଛନ୍ତି ଯେ ସ୍ବାମୀ ସହ ତାଙ୍କ ଶଶୁରଘରର ଅନ୍ୟ ସଦସ୍ୟମାନେ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଛନ୍ତି। ଏପରିକି ସେମ‌ାନେ ମହିଳାଙ୍କ ଗଳା କାଟି ହତ୍ୟା ଉଦ୍ୟମ ବି କରିଛନ୍ତି। ସେ ତାଙ୍କ ଅଭିଯୋଗରେ କହିଛନ୍ତି, ‘‘ମୁଁ ବାହାରାଇଚର ଜରୱାଲ୍‌ ରୋଡ୍‌ର ବାସିନ୍ଦା। ୨୦୨୩ ମସିହା ଡିସେମ୍ବର ୧୩ ତାରିଖରେ ମୁଁ ଅଯୋଧ୍ୟାର କୋଟବାଲି ନଗରସ୍ଥିତ ମେହାଲା ଦିଲ୍ଲୀ ଦରୱାଜାର ବାସିନ୍ଦା ଅର୍ଶଦଙ୍କୁ ବିବାହ କରିଥିଲି। ବାହାଘର ଉଭୟ ପକ୍ଷଙ୍କ ସହମତିରେ ହୋଇଥିଲା ଓ ମୋ ବାପା ତାଙ୍କ କ୍ଷମତାରୁ ଅଧିକ ଟଙ୍କା ଖର୍ଚ୍ଚ କରି ମୋତେ ବାହା ଦେଇଥିଲେ। ବିବାହ ପରେ ମୁଁ ଯେତେବେଳେ ସହରକୁ ଗଲି ତ ମୋତେ ଅଯୋଧ୍ୟାର ରାସ୍ତାଘାଟ ସବୁକିଛି ଭଲ ଲାଗିଲା ସେଥିପାଇଁ ମୁଁ ମୋଦୀ ଓ ଯୋଗୀଙ୍କ ପ୍ରଶଂସା କରିଦେଲି। ହେଲେ ସେହି କାରଣକୁ ନେଇ ମୋ ସ୍ବାମୀ ମୋତେ ‘ ତିନ୍‌ ତଲାକ’ ଦେଇଦେଲେ।’’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking