ଯାଜପୁର : ଯାଜପୁର କଲେଜଛକ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ପ୍ରାକ୍ତାନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସର ରେ ଏକ ତିନିଦିନିଆ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଯାଇଅଛି। ସକ୍ଷମ ଓଡ଼ିଶା ଓ ସୂର୍ଯ୍ୟାଲୋକ ସମାଜ ସେବା ପକ୍ଷରୁ ଆୟୋଜିତ ଏହି ଶିବିର କୁ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ମିଶ୍ର, ରଶ୍ମି ରଂଜନ ମାହାକୁଡ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ଉଦ୍ୟମ କୁ ପ୍ରଶଂସା କରିଥିଲେ। ଏହି ଶିବିର ରେ ସ୍ଥାନୀୟ ଅଞ୍ଚଳ ର ଶତାଧିକ ବରିଷ୍ଠ ନାଗରିକ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମିଲ ହୋଇ ସେମାନଙ୍କ ନିଶୁଳ୍କ ଚକ୍ଷୁ ପରୀକ୍ଷଣ କରିଥିଲେ। ଏହି ଶିବିର କୁ ସକ୍ଷମ ପୂର୍ବ ଓଡ଼ିଶାର ଜିଲ୍ଲା ସଭାପତି ବସୁବନ୍ଧୁ ଦାସ,ରାଜ୍ୟ ଉପସଭାପତି ବୀର କିଶୋର ମହାନ୍ତ ଓ ସୂର୍ଯ୍ୟାଲୋକ ସମାଜ ସେବା ପକ୍ଷରୁ ଭବାନୀ ଶଙ୍କର ବାରିକ, ବିରଜା ସାହୁ, ଭବାନୀ ଶଙ୍କର ନାୟକ, ଅନନ୍ତ ମହାରଣା, କିରଣ କୁମାର ସାହୁ , ସରୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ।










