27.1 C
Bhubaneswar
Sunday, March 29, 2026
Homeଓଡିଶାଅଗଷ୍ଟ ୨୨ରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ

ଅଗଷ୍ଟ ୨୨ରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ

ଭୁବନେଶ୍ବର : ଅଗଷ୍ଟ ୨୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ହେବ। ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। କବିସୂର୍ଯ୍ୟନଗର, ଖଲିକୋଟ, କୁକୁଡ଼ାହାଣ୍ଡି, ନର୍ଲା, ରାଇଘର, ଭାପୁରର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ। ସେହିପରି ବୌଦ୍ଧ ହରଭଙ୍କା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ କରାଯିବ। ଆଶାୟୀ ପ୍ରାର୍ଥୀ ଅଗଷ୍ଟ ୨୨ରେ ନାମାଙ୍କନପତ୍ର ଦାଖଲ କରିବେ ଏବଂ ସେହିଦିନ ଦରକାର ପଡ଼ିଲେ ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking