31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶନୀରଜ ଚୋପ୍ରା ରୌପ୍ୟ ଜିତିବା ପରେ ମା’ କହିଲେ ଏମିତି...

ନୀରଜ ଚୋପ୍ରା ରୌପ୍ୟ ଜିତିବା ପରେ ମା’ କହିଲେ ଏମିତି…

ନୂଆଦିଲ୍ଲୀ : ଭାରତୀୟ ଜାଭ୍‌ଲିନ୍‌ ତାରକା ନୀରଜ ଚୋପ୍ରା ଗୁରୁବାର ପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ଜିତିବା ପରେ ତାଙ୍କ ମା’ ସରୋଜା ଦେବୀ ଖୁସି ହୋଇଯାଇଛନ୍ତି। ଟୋକିଓ ବିଜେତା ନୀରଜଙ୍କୁ ପଛ‌ରେ ପକାଇ ଅଲିମ୍ପିକ୍ସ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଥିବା ପାକିସ୍ତାନର ଅର୍ଶଦ ନଦୀମଙ୍କ ପାଇଁ ମଧ୍ୟ ସେ ଖୁସି ବ୍ୟକ୍ତ କରିଛନ୍ତି। ସରୋଜା କହିଛନ୍ତି ଯେ ‘‘ଆମେମାନେ ରୌପ୍ୟ ପଦକ ପାଇଁ ବହୁତ ଖୁସି, ‌ଯିଏ ସ୍ବର୍ଣ୍ଣ ଜିତିଛି ସେ ଆମ ପୁଅ ଏବଂ ରୌପ୍ୟ ଯିଏ ଜିତିଛି ସେ ବି ଆମ ପୁଅ। ସମସ୍ତେ ଆଥ୍‌ଲେଟ୍‌ ଏବଂ କଷ୍ଟ କରିଛନ୍ତି। ‌ସେ ପ୍ରକୃତରେ ଭଲ କରିଛି। ତାଙ୍କର ପ୍ରିୟ ଚୁରୁମା ଖୁଆଇ ନୀରଜକୁ ସ୍ବାଗତ କରିବି। ମୁଁ ବହୁତ ଖୁସି ଯେ ଲୋକ ବାଣ ପୁଟାଇ ଉତ୍ସବ ପାଳନ କରୁଛନ୍ତି ଏବଂ ଲଡୁ ବାଣ୍ଟୁଛି’’। ନୀରଜଙ୍କ ପିତା ସତୀଶ କୁମାର ପୁଅର ପ୍ରଦର୍ଶନ ନେଇ କହିଛନ୍ତି ଯେ ‘‘ସମସ୍ତଙ୍କର ସେମାନଙ୍କ ଦିନ ଥାଏ। ଆଜି ପାକିସ୍ତାନର ଦିନ। କିନ୍ତୁ ଆମେ ରୌପ୍ୟ ଜିତିଲୁ, ଏହା ଆମ ପାଇଁ ଗର୍ବର କଥା। ମୁଁ ଭାବୁଛି ତାଙ୍କ ଜଙ୍ଘ ଜନିତ ଆଘାତ ସମସ୍ୟା ତାଙ୍କ ପ୍ରଦର୍ଶନରେ ଫରକ ପକାଇଛି। ଦେଶ ପାଇଁ ରୌପ୍ୟ ଜିତିଥିବାରୁ ଆମେ ଖୁସି ଓ ଗର୍ବ ଅନୁଭବ କରୁଛୁ। ଯୁବ ସମାଜ ତାଙ୍କ ଦ୍ବାରା ନିଶ୍ଚିତ ଅନୁପ୍ରାଣିତ ହେବେ’’।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking