30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଭୂମିକମ୍ପରେ ଥରିଲା ଜାପାନ

ଭୂମିକମ୍ପରେ ଥରିଲା ଜାପାନ

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଜାପାନ । ଜାପାନ‌ରେ ଆଜି ୭.୧ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଛି। ପଶ୍ଚିମ ଜାପାନରେ ଗୁରୁବାର ଦିନ ହୋଇଥିବା ଏହି ଭୂକମ୍ପ କ୍ୟୁସୁ ଏବଂ ସିକୋକୁ ଦ୍ୱୀପପୁଞ୍ଜକୁ ଥରହର କରି ପକାଇଛି। ପବ୍ଲିକ୍‌ ବ୍ରଡକାଷ୍ଟର ଏନ୍‌ଏଚ୍‌କେ ଦ୍ବାରା ହୋଇଥିବା ରିପୋର୍ଟ ଅନୁଯାୟୀ ପୂର୍ବରୁ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ପାଇଁ ସୁନାମି ଚେତାବନୀ ଦେଇଥିଲେ। ସେଥିପାଇଁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା। ଏନ୍‌ଏଚ୍‌କେ ରିପୋର୍ଟ କରିଛି ଯେ ସୁନାମୀ ଚେତାବନୀ ଭିତରେ ଏହି ଭୂକମ୍ପ ପୂରା କ୍ୟୁସୁ ଏବଂ ସିକୋକୁ ଦ୍ୱୀପପୁଞ୍ଜ ବାସିନ୍ଦାଙ୍କୁ ଭୟଭୀତ କରାଇ ଦେଇଛି। ତେବେ ଏହି ଭୂକମ୍ପ ପ୍ରାରମ୍ଭରୁ ୬.୯ ତୀବ୍ରତାର ହୋଇଥିଲା। ମିୟାଜାକି, କୋଚି, ଓଟା, କାଗୋସିମା ଏବଂ ଏହିମ ପ୍ରିଫେକ୍ଟର ଆଦି ପାଇଁ ସୁନାମି ଆଡ୍‌ଭାଇଜରି ଜାରି କରାଯାଇଥିଲା। କ୍ୟୁସୁ ଉପରେ ଥିବା ମିୟାଜାକି ପ୍ରିଫେକ୍ଟରରେ ୨୦ ସେଣ୍ଟିମିଟର ଉଚ୍ଚ ତରଙ୍ଗ ପୂର୍ବରୁ ଦେଖାଯାଇଥିଲା ବୋଲି ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ମିୟାଜାକି ଉପକୂଳଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଏହି ଭୂକମ୍ପ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking