21.1 C
Bhubaneswar
Saturday, February 14, 2026
Homeଅପରାଧସ୍ୱାମୀ ସାଜିଲା ରାକ୍ଷସ,ସ୍ତ୍ରୀକୁ କଲା ହତ୍ୟା

ସ୍ୱାମୀ ସାଜିଲା ରାକ୍ଷସ,ସ୍ତ୍ରୀକୁ କଲା ହତ୍ୟା

ବାଲେଶ୍ୱର : ସ୍ୱାମୀ ସାଜିଲା ରକ୍ଷାସ। ନିଜ ସ୍ତ୍ରୀକୁ ବାଲଟିରେ ପିଟି କଲା ହତ୍ୟା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଣିଆ ଗାଁରେ ଘଟିଛି ଏଭଳି ନିର୍ମମ ହତ୍ୟାକାଣ୍ଡ। ମୃତ ମହିଳା ଜଣଙ୍କ ହେଲେ କବିତା ମହାନ୍ତି। ସ୍ୱାମୀ ସଞ୍ଜୟ ମହାନ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। କବିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା। ଗତକାଲି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଆଜି ସକାଳେ କବିତା ଗାଧୋଇ ବାଥରୁମ୍‌ରୁ ଆସୁଥିଲେ। ଏହି ସମୟରେ ସଞ୍ଜୟ ଘରେ ଥିବା ଷ୍ଟିଲ ବାଲଟି ଆଣି କବିତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। କବିତା ତଳେ ପଡ଼ିଯାଇଥିଲେ।ସ୍ଥାନୀୟ ଲୋକେ କବିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଞ୍ଜୟ ୧୪ ବର୍ଷ ତଳେ କବିତାଙ୍କୁ ବିବାହ କରିଥିଲେ। କବିତାଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାଯାଇଛି। କବିତାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking