32.1 C
Bhubaneswar
Thursday, April 30, 2026
Homeଅପରାଧହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହୁମା ନିକଟ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ଅଘଟଣ । ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ଶନିବାର ରାତିରେ ମନ୍ଦିର ତାଲା ଭାଙ୍ଗି ହୁଣ୍ଡିରୁ ଭକ୍ତଙ୍କ ଦାନ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ମନ୍ଦିରର ମୁଖ୍ୟ ପୂଜକ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ। ପରେ ମନ୍ଦିର ପାର୍ଶ୍ୱରେ ହୁଣ୍ଡି ଭଙ୍ଗା ଯାଇଥିବା ସେମାନେ ଦେଖିବାକୁ ପାଇଥିଲେ। ମନ୍ଦିର କମିଟି ପକ୍ଷରୁ ହୁମା ଫାଣ୍ଡିରେ ଚୋରି ସମ୍ପର୍କରେ ଅଭିଯୋଗ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking