24.1 C
Bhubaneswar
Wednesday, October 23, 2024
Homeଓଡିଶାଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ପୁରୀ : ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ଏଭଳି ଘଟଣା ପୁରୀ ଜେଲରେ ଘଟିଛି। ମୃତ ଯୁବକ ଜଣକ ହେଲେ ପିପିଲି ହାଟ ଛକର ସେକ ଅବଦୁଲ ଅମିର । ତେବେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ ଶୁକ୍ରବାର ଦିନ ସେକ ଅବଦୁଲ ଅମିରଙ୍କୁ ପୁରୀ ପୋଲିସ ପିପିଲି ପୋଲିସ ସହାୟତାରେ ବ୍ରାଉନ ସୁଗାର ବେପାର ଅଭିଯୋଗରେ ଗିରଫ କରିଥିଲା । ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲ। ସେ ପୁରୀ-କୋଣାର୍କ ରୋଡ ସ୍ଥିତ ବାଙ୍ଗର ଜେଲରେ ଥିଲେ । ଜେଲରେ ଥିବା ବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଛି । ହଠାତ ସେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଖବର ପାଇ ପୁରୀ ହସ୍ପିଟାଲରେ ପହଞ୍ଚିଛନ୍ତି । ତାଙ୍କ ହାତରେ ଦାଗ ଓ ପାଟିରୁ ରକ୍ତ ବାହାରୁଥିବାରୁ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking