ଭୁବନେଶ୍ୱର : ସରକାର ଚିଠି କଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ କହିଲେ ମେୟର । ବେଆଇନ ଆପାର୍ଟମେଣ୍ଟ ନେଇ ବିଏମସି ମେୟର ସୁଲୋଚନା ଦାସଙ୍କ ମନ୍ତବ୍ୟ । ସରକାରଙ୍କ ନିଷ୍ପତ୍ତି ଯାହା ରହିବ ବିଏମସି ତାକୁ ମାନିବ । ଆପାର୍ଟମେଣ୍ଟକୁ ଭାଙ୍ଗିଲେ ସେହି ଅନୁଯାୟୀ କ୍ଷତିପୂରଣ ଦେବାକୁ ପଡିବ । ବିଏମସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ । ସରକାର ଯଦି କ୍ଷତିପୂରଣ ଦେବେ, ଆମକୁ ଅନୁମତି ଦେଲେ ଭାଙ୍ଗିଦେବୁ କହିଲେ ସୁଲୋଚନା ଦାସ ।










