23.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

ନୂଆଦିଲ୍ଲୀ: ସୋମବାର ବିହାର ସରକାର ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟ୍‌କା ପାଇଛନ୍ତି । ବିହାରରେ ସଂରକ୍ଷଣକୁ ୬୫ପ୍ରତିଶତକୁ ବୃଦ୍ଧି କରିବା ବିରୋଧରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ରହିବ । ଏହାକୁ ନିଷିଦ୍ଧ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ସେପ୍ଟେମ୍ବରରେ ଏହି ମାମଲାର ବିସ୍ତୃତ ଶୁଣାଣି ହେବ ବୋଲି ଶୀର୍ଷ କୋର୍ଟ କହିଛନ୍ତି ।

ସଂରକ୍ଷଣ ବୃଦ୍ଧି ପାଇଁ ବିହାର ସରକାରଙ୍କ ନିଷ୍ପତ୍ତିକୁ ପାଟନା ହାଇକୋର୍ଟ ବାତିଲ କରିଦେଇଥିଲେ । ତା’ପରେ ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ଶୁଣାଣି ସମୟରେ ସୁପ୍ରିମକୋର୍ଟ ପାଟନା ହାଇକୋର୍ଟଙ୍କ ଆଦେଶ ପାଳନ କରିବାକୁ ମନା କରିଦେଇଥିଲେ । ବିହାର ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ବାତିଲ କରିଦେଇଥିଲେ ଯେଉଁଥିରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଡମିଶନ ପାଇଁ ପଛୁଆ ଶ୍ରେଣୀର ସଂରକ୍ଷଣ ବୃଦ୍ଧି କରାଯାଇଥିଲା । ସରକାରୀ ଚାକିରି ତଥା ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଁ ପଛୁଆ ବର୍ଗ, ଏସ୍‌ସି ଏବଂ ଏସ୍‌ଟି ସମ୍ପ୍ରଦାୟରୁ ଆସୁଥିବା ଲୋକଙ୍କ ପାଇଁ ବିହାର ସରକାର ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ୬୫ପ୍ରତିଶତକୁ ବୃଦ୍ଧି କରିଥଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking