25.1 C
Bhubaneswar
Sunday, April 5, 2026
Homeଓଡିଶାବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ସତର୍କତା

ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର : ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ତଥା ସକ୍ରିୟ ମୌସୁମୀ ପ୍ରଭାବରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ୭ରୁ ୨୦ ସେ.ମି. ବର୍ଷା ହୋଇପାରେ। ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟ ୧୯ଜିଲାରେ ପ୍ରବଳ ବର୍ଷା ୭ରୁ ୧୧ ସେ.ମି. ହୋଇପାରେ। ଗତ ୨୪ ଘଣ୍ଟାରେ ବରଗଡ଼ର ଝାରବନ୍ଧରେ ୧୫୫ ମି.ମି., କଳାହାଣ୍ଡିଆର ଥୁଆମୂଳ ରାମପୁରରେ ୯୯ ମି.ମି.,ନୂଆପଡ଼ାରେ ୭୬ ମି.ମି., ବରଗଡ଼ର ପାଇକମାଳରେ ୭୪ ମି.ମି., ବୁର୍ଲାରେ ୬୬.୨ ମି.ମି, କୋରାପୁଟରେ ୬୦.୨ ମି.ମି., ହୀରାକୁଦରେ ୫୯ମି.ମି., ନବରଙ୍ଗପୁରରେ ୫୮.୪ ମି.ମି. ବର୍ଷା ହୋଇଛି। ଆଜି ଅପରାହ୍ଣ ସୁଦ୍ଧା ବୌଦ୍ଧରେ ୪୫ ମି.ମି. ଏବଂ ବାରିପଦାରେ ୪୪.୬ ମି.ମି ବର୍ଷା ରେକର୍ଡ଼ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking