25.1 C
Bhubaneswar
Wednesday, February 11, 2026
Homeଓଡିଶାଜାଣନ୍ତୁ ଓଡ଼ିଶାରେ ବେକାରୀ ସଂଖ୍ୟା କେତେ ?

ଜାଣନ୍ତୁ ଓଡ଼ିଶାରେ ବେକାରୀ ସଂଖ୍ୟା କେତେ ?

ଭୁବନେଶ୍ୱର : ଦିନକୁ ଦିନ ଓଡ଼ିଶାରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଛନ୍ତି ଆଉ ଏହାରି ମଧ୍ୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି କି ଓଡ଼ିଶାରେ ବେକାରୀ ସଂଖ୍ୟା କେତେ ?

ତେବେ ଆସନ୍ତୁ ଜାଣିବା

ଓଡ଼ିଶାରେ ଏବେ ୯ ଲକ୍ଷ ଲୋକେ ବେକାରୀ ଥିବା ଜଣାପଡିଛି। ବୁଧବାର ସରକାର ଉପସ୍ଥାପନା କରିଥିବା ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଓଡ଼ିଶାରେ ୧୫ ଓ ଉର୍ଦ୍ଧ ବୟସର ଜନସଂଖ୍ୟା ପ୍ରାୟ ୩.୫୧ କୋଟି ରହିଛନ୍ତି। ଏମାନଙ୍କ ମଧ୍ୟରୁ ୨.୧୪ କୋଟି ଲୋକ ରାଜ୍ୟର ବିଭିନ୍ନ ଶ୍ରମଶକ୍ତିର ସାମିଲ ଅଛନ୍ତି। ଏଥିରୁ ଜଣା ପଡୁଛି ଯେ, ରାଜ୍ୟରେ ପ୍ରାୟ ୯ ଲକ୍ଷ ଲୋକ ବେକାରୀ ରହିଛନ୍ତି। ତେବେ ଶ୍ରମଶକ୍ତିରେ ନିଯୁକ୍ତ ପାଇଥିବା ଲୋକଙ୍କ ମଧ୍ୟରୁ ୬୪% ବା ୧.୩୧ କୋଟି ଆତ୍ମନିଯୁକ୍ତି ହୋଇଥିବା ବେଳେ ବଳକା ୩୬% ହେଉଛନ୍ତି ବେତନଭୋଗୀ ଓ ମଜୁରି ଶ୍ରେଣୀର ଲୋକ। ରିପୋର୍ଟ ଅନୁଯାୟୀ ,୨୦୧୭-୧୮ରେ ଓଡ଼ିଶାର ମୋଟ ଶ୍ରମଶକ୍ତିର ଆକାର ୧.୪୫ କୋଟି ଥିଲା ବେଳେ ୨୦୨୨-୨୩ ରେ ଏହା ବଢି ୨.୦୫ କୋଟିରେ ପହଞ୍ଚିଛି। ରାଜ୍ୟରେ ଶ୍ରମଶକ୍ତିରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରଗୁଡିକର ଅଂଶ ସର୍ବାଧିକ ୪୮% ରହିଛି । ସେହିଭଳି ଶିଳ୍ପ କ୍ଷେତ୍ରରେ ଶ୍ରମଶକ୍ତି ୨୦୧୭-୧୮ରେ ୩୮.୪ ଲକ୍ଷରୁ ୨୦୨୨-୨୩ରେ ୫୩ ଲକ୍ଷକୁ ବୃଦ୍ଧି ପାଇଛି । ସେବା କ୍ଷେତ୍ରରେ ଏହି ବର୍ଷ ଗୁଡ଼ିକରେ ୧୭.୫ ଲକ୍ଷ ସାମିଲ ହୋଇଛନ୍ତି। ତେବେ ବିଗତ ୬ ବର୍ଷରେ ରାଜ୍ୟରେ ଆତ୍ମନିଯୁକ୍ତି ୬.୭% ବୃଦ୍ଧି ପାଇଛି । ତେବେ ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା ବୋଲି ଜଣା ପଡ଼ିଛି। ଯାହା ଭାରତର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ଠାରୁ ୧୨.୪% ପ୍ରତିଶତ କମ୍। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ ସିଜିଆର ରେ ବୃଦ୍ଧି ପାଇଥିବା ବେଳେ ୧୭ ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୨୦୨୨-୨୩ ରେ ୧୧ ତମ ସ୍ଥାନରେ ରହିଛି। ନାଗରିକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ଏବଂ ବିକଶିତ ଭାରତର ଲକ୍ଷ୍ୟ ସାଧନ ପାଇଁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ରାଜ୍ୟ ଏହାର ବିକାଶମୂଳକ ଏବଂ ଅଭିବୃଦ୍ଧି ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପର୍ତୁଶୃତିବଦ୍ଧ ବୋଲି ସରକାର କହିଛନ୍ତି। ଅଗ୍ରୀମ ଆକଳନ ଅନୁଯାୟୀ ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ୨୦୨୨-୨୩ ରେ ରାଜ୍ୟର ଅଭିବୃଦ୍ଧି ହାର ଥିଲା ୭.୯ ପ୍ରତିଶତ। ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking