25.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶ‘ୱାର୍କ ଫ୍ରମ୍‌ ଅଫିସ୍‌’ ନୀତି ଲାଗୁ : ଏଚ୍‌ସିଏଲ୍‌ଟେକ୍‌

‘ୱାର୍କ ଫ୍ରମ୍‌ ଅଫିସ୍‌’ ନୀତି ଲାଗୁ : ଏଚ୍‌ସିଏଲ୍‌ଟେକ୍‌

ନୂଆଦିଲ୍ଳୀ: ଏଚ୍‌ସିଏଲ୍‌ଟେକ୍‌ କମ୍ପାନି ଏକ ନୂତନ ନୀତି କାର୍ୟ୍ୟକାରୀ କରିବାକୁ ସ୍ଥିର କରିଛି। ଯାହା କର୍ମଚାରୀମାନଙ୍କୁ ସପ୍ତାହକୁ ଅତି କମ୍‌ରେ ୩ ଦିନ ଅଫିସ୍‌ ଆସିବାକୁ ବାଧ୍ୟ କରିବ। ନହେଲେ ସେ ଦିନଗୁଡ଼ିକୁ ଛୁଟି ଭାବରେ ଗ୍ରହଣ କରାଯିବ ବୋଲି ମନି କଣ୍ଟ୍ରୋଲ୍ ଡଟ୍ କମ୍ ସୂତ୍ରରୁ ପ୍ରକାଶ ପାଇଛି। ତେବେ ମହାମାରୀ ପରେ କର୍ମଚାରୀମାନଙ୍କୁ କର୍ମକ୍ଷେତ୍ରକୁ ଫେରାଇ ଆଣିବା ପାଇଁ କମ୍ପାନୀଗୁଡିକ ତିନି ଦିନିଆ କାର୍ୟ୍ୟାଳୟରେ ୱାର୍କ ଫ୍ରମ୍‌ ଅଫିସ୍‌ ନିୟମ ଲାଗୁ କରିବାକୁ ଏହି ନୀତିର ଲକ୍ଷ୍ୟ ରହିଛି।ନୂତନ ନୀତି ଅନୁଯାୟୀ, ଏଚ୍‌ସିଏଲ୍‌ଟେକ୍‌ କର୍ମଚାରୀମାନେ ଅଫିସରୁ ସପ୍ତାହରେ ଅତି କମରେ ତିନି ଦିନ ଏବଂ ମାସରେ ଅତି କମରେ ୧୨ ଦିନ କାର୍ୟ୍ୟ କରିବା ଜରୁରୀ।ଯଦି କର୍ମଚାରୀମାନେ ଏହି ଆବଶ୍ୟକତା ପୂରଣ କରିବାରେ ବିଫଳ ହୁଅନ୍ତି ତେବେ ସେମାନେ ଅନୁପସ୍ଥିତ ଥିବା ପ୍ରତ୍ୟେକ ଦିନକୁ ଛୁଟି ଭାବେ ଗଣନା କରାଯିବ।ମନି କଣ୍ଟ୍ରୋଲ୍ ଡଟ୍ କମର ରିପୋର୍ଟରେ ଉଦ୍ଧୃତ ଜଣେ ଅଜ୍ଞାତ କର୍ମଚାରୀ ଉଲ୍ଲେଖ କରିଛନ୍ତି ଯେ ଏଚ୍‌ଆର୍‌ ବିଭାଗ ଇମେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଏବଂ ଏହି ନୀତି କାର୍ୟ୍ୟକାରୀ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ଏଚ୍‌ସିଏଲ୍‌ଟେକ୍‌ର ନିୟମ ଅନୁଯାୟୀ ତିନି ବର୍ଷରୁ କମ୍ କାର୍ୟ୍ୟକାଳର କର୍ମଚାରୀମାନେ ୧୮ଟି ଛୁଟି ଓ ଗୋଟାଏ ବ୍ୟକ୍ତିଗତ ଛୁଟି ନେଇ ପାରୁଥିଲେ ଓ ତିନି ବର୍ଷରୁ ଅଧିକ କାର୍ୟ୍ୟକାଳ ଥିବା କର୍ମଚାରୀମାନେ ପ୍ରାୟ ୨୦ ଟି ବାର୍ଷିକ ଛୁଟି ଓ ଗୋଟାଏ ବ୍ୟକ୍ତିଗତ ଛୁଟି ନେଇ ପାରୁଥିଲେ। ମନି କଣ୍ଟ୍ରୋଲ୍ ଟିସିଏସର ମୁଖ୍ୟ ଏଚ୍ଆର୍ ଅଫିସର୍ ମିଲିନ୍ଦ ଲକ୍କାଡ କହିଛନ୍ତି ଯେ ଏହାର ପ୍ରାୟ ୭୦% କର୍ମଚାରୀ ବର୍ତ୍ତମାନ କାର୍ୟ୍ୟାଳୟରୁ କାମ କରୁଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking