25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଭଗବାନଙ୍କ ଉପରେ ମୋର ବିଶ୍ୱାସ ଥିଲା : ଟ୍ରମ୍ପ୍‌

ଭଗବାନଙ୍କ ଉପରେ ମୋର ବିଶ୍ୱାସ ଥିଲା : ଟ୍ରମ୍ପ୍‌

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମିଲୱାକରେ ରିପବ୍ଲିକାନ୍ ନ୍ୟାସନାଲ କନକ୍ଲେଭରେ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତିଙ୍କ ନାମାଙ୍କନ ଗ୍ରହଣ କରିବା ସମୟରେ ବିଶ୍ବାସ ଓ ଭକ୍ତିର କଥା କହିଛନ୍ତି। ସେ କହିଛନ୍ତି ଭଗବାନଙ୍କ ଉପରେ ମୋର ବିଶ୍ୱାସ ଓ ଭକ୍ତି ଥିଲା । ମୁଁ ଗର୍ବର ସହିତ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଆପଣମାନଙ୍କ ନାମାଙ୍କନ ଗ୍ରହଣ କରିଛି। ତେବେ ୨୦ ବର୍ଷୀୟ ଯୁବକର ହତ୍ୟା ଉଦ୍ୟମକୁ ମନେ ପକାଇ ଡୋନାଲ୍ଡ ଟ୍ରମ୍ପ ଏହି କଥା କହିଥିଲେ ଭଗବାନ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଛି। ମୋ ଉପରେ ଭଗବାନଙ୍କ ଆଶୀର୍ବାଦ ଥିଲା ।ଲୋକମାନେ ଯେତେବେଳେ ପାଟି କରୁଥିଲେ ଡୋନାଲ୍ଡ ଟ୍ରମ୍ପ କହିୟଥିଲେ ମୁଁ ଆଜି ରାତିରେ ଏଠାରେ ରହିବା ସଂପୂର୍ଣ୍ଣ ଅନୁଚିତ। ୭୮ ବର୍ଷୀୟ ରିପବ୍ଲିକାନ୍ ନେତା ରାଲିରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ୫୦ ବର୍ଷିୟ ଅଗ୍ନିଶମ ବାହିନୀ ତଥା ଦୁଇଜଣଙ୍କ ପିଲାଙ୍କ ପିତା କୋରୀ କମ୍ପାଟୋରଙ୍କ ପାଇଁ କିଛି ସମୟ ନୀରବତା ପାଳନ କରିଥିଲେ ଟ୍ରମ୍ପ । ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅପମାନିତ କରିବା ଏବଂ ଅସନ୍ତୋଷକୁ ଅପରାଧୀକରଣ କରିବା ବିରୋଧରେ ଟ୍ରମ୍ପ ଚେତାବନୀ ଦେଇଛନ୍ତି।ଡୋନାଲ୍ଡ ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ । ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ଘୋଷଣା ହୋଇଛି । ସିନେଟର ଜେଡି ବେସ୍ ହେଉଛନ୍ତି ଉପରାଷ୍ଟ୍ରପତି ପ୍ରାର୍ଥୀ । ତେବେ ଟ୍ରମ୍ପଙ୍କୁ ଗୁଳିମାଡ ପରେ ଆମେରିକାରେ ବଢିଛି ରାଜନୈତିକ ତାତି ।ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ଆକ୍ରମଣ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପେନ୍ସିଲଭାନିଆରେ ରାଲି ବେଳେ ହୋଇଥିବା ଆକ୍ରମଣରେ ଡୋନାଲ୍ଡ ଟ୍ରମ୍ପ ଯଦିଓ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଏହି ଘଟଣା ଏବେ ଆମେରିକା ରାଜନୀତିରେ ଗୋଟେ ବଡ଼ ପ୍ରସଙ୍ଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking