26.1 C
Bhubaneswar
Wednesday, January 15, 2025
Homeଓଡିଶାହାଇକୋର୍ଟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମାମଲା; ଅନନ୍ତ ଜେନାଙ୍କ ନିର୍ବାଚନ ଅସିଦ୍ଧ ପାଇଁ ଆବେଦନ

ହାଇକୋର୍ଟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମାମଲା; ଅନନ୍ତ ଜେନାଙ୍କ ନିର୍ବାଚନ ଅସିଦ୍ଧ ପାଇଁ ଆବେଦନ

କଟକ: ଗତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିବା ପାଇଁ ହାଇକୋର୍ଟରେ ଗୁରୁବାର ଏକ ପିଟିସନ୍ ଦାୟର ହୋଇଛି । ସ୍ୱଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏହି ପିଟିସନ୍ ଜରିଆରେ ଜେନାଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଆବେଦନକାରୀ ପ୍ରଧାନ ଦର୍ଶାଇଛନ୍ତି ଯେ, ଭୋଟ ଗଣିତରେ ଜାଲିଆତି କରି ବିଧାୟକ ଜେନା ବିଜୟ ଲାଭ କରିଛନ୍ତି । ଜେନାଙ୍କ ବିଜୟ ପଛରେ ରିଟର୍ନିଂ ଅଫିସରଙ୍କ ଅସାଧୁ ମେଣ୍ଟ ରହିଛି । ରିଟର୍ନିଂ ଅଧିକାରୀ ଅସାଧୁ ଉପାୟ ଅବଲମ୍ବନ ଜେନାଙ୍କୁ ବେଆଇନ ଭାବେ ବିଜୟୀ ଘୋଷିତ କରିଛନ୍ତି । ରିଟର୍ନିଂ ଅଫିସର ଜନ ପ୍ରତିନିଧି ଆଇନକୁ ଉଲ୍ଲଂଘନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଧାନ ମାତ୍ର ୩୭ ଖଣ୍ଡ ଭୋଟ ବ୍ୟବଧାନରେ ଜେନାଙ୍କଠାରୁ ପରାଜିତ ହୋଇଛନ୍ତି । ପାଖାପାଖି ୪୦ ଖଣ୍ଡ ପୋଷ୍ଟାଲ ବାଲାଟ ଯାହା ଗଣତି ଯୋଗ୍ୟ ନୁହେଁ, ସେଗୁଡ଼ିକ ରିଟର୍ନିଂ ଅଫିସର ଅନ୍ୟାୟ ଭାବେ ଗଣତି କରି ଜେନାଙ୍କ ସପକ୍ଷରେ ନେଇ ତାଙ୍କୁ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ଏଣୁ ଜେନାଙ୍କ ବିଜୟ ଆଇନତଃ ଅଗ୍ରହଣୀୟ । ତେଣୁ ଫଳାଫଳକୁ ଅସିଦ୍ଧ ଘୋଷଣା କରି ସାନି ନିର୍ବାଚନ କରାଇବା ପାଇଁ ଆବେଦନକାରୀ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking