18.1 C
Bhubaneswar
Friday, February 13, 2026
Homeଓଡିଶାବ୍ରାହ୍ମଣବୈଷ୍ଣବ ସମ୍ପ୍ରଦାୟର କୂଳଦେବତା ନଟବର ଠାକୁରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ବ୍ରାହ୍ମଣବୈଷ୍ଣବ ସମ୍ପ୍ରଦାୟର କୂଳଦେବତା ନଟବର ଠାକୁରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲ ପୁର ଗ୍ରାମର ପରମ ବୈଷ୍ଣବବ୍ରାହ୍ମଣ ପଣ୍ଡିତ ଗୁଣନିଧି ଦାଶଙ୍କ କୂଳ ଦେବତା ଠାକୁର ରାଧା ନଟବରଙ୍କର ମନ୍ଦିର ପ୍ରତିଷ୍ଠା, ଯଜ୍ଞ ମହୋତ୍ସବ ଓ ସାଂସ୍କୃତିକ ସମାରୋହ ମହା ଆଡ଼ମ୍ବରର ସହକାରେ ସମାପନ ହୋଇଯାଇ ଅଛି। ପଣ୍ଡିତ ଗୁଣନିଧି ଦାଶଙ୍କ ନେତୃତ୍ବରେ ଉକ୍ତ ମାଙ୍ଗଳିକ କର୍ମରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦାନ କରିଥିଲେ। ପ୍ରତିଷ୍ଠା ଯଜ୍ଞର କର୍ତ୍ତା ଭାବରେ ଆନନ୍ଦ ବର୍ଦ୍ଧନ ଦାଶ ଓ ଉର୍ବଶୀ ଦାଶଙ୍କ ସମେତ ଦାଶ ପରିବାରର ସଦସ୍ୟ ଦୀନଦୟାଲ ଦାଶ, ଅଧ୍ୟାପକ ଡଃ ଚିନ୍ମୟ ଦାଶ, ଅଧ୍ୟାପିକା କନକଲତା ଦାଶ, ଶିକ୍ଷାବିତ୍ ଭୂପେଶ ମିଶ୍ର, ଦୀପାବଳୀ ଦାଶ, ମିନାକ୍ଷୀ ଦାଶ, କରୁଣାକର କର, ନିରୁପମା ପତି, ବିଶ୍ୱଜିତ୍ ଦାଶ, ପୂର୍ଣିମା ରାଣୀ ଦାଶ, ବିଜୟ କୁମାର ଦାଶ, ଶିବାଦିତ୍ୟ ଦାଶ, ବିଶ୍ୱଜିତା ଦାଶ, ପୂର୍ଣ୍ଣଚନ୍ଦ୍ର ଦାଶ, ବିଶାଖା ରାଣୀ ଦାଶ, କଳ୍ପନା ଦାଶ, ମଧୁସ୍ମିତା ଦାଶ, ଶୁଭସ୍ମିତା ଦାଶ, ସାହିଲ ଦାଶ, ରାଖୀ ଦାଶ ଆଦି ଯୋଗଦାନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ବାବଲପୁର, ନରେନ୍ଦ୍ର ପୁର ଓ ଚଣ୍ଡୀପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜଳଯାଗ ଯାତ୍ରାରେ ଭାଗ ନେଇଥିଲେ। କୂଳ ପୁରୋହିତ ଶିକ୍ଷାବିତ୍ ଶରତ ଚନ୍ଦ୍ର ଶତପଥୀ ଓ କାଳୀପ୍ରସନ୍ନ ଶତପଥୀଙ୍କ ପୌରୋହିତ୍ୟରେ ଅଙ୍କୁରାଧିବାସ,ସୂର୍ଯ୍ୟ ପୂଜା, ଗୋପୂଜା, ରେଣୁପିଣ୍ଡ ପୂଜା,ମନ୍ଦିର ନ୍ୟାସ,ବୈଷ୍ଣବ ଯନ୍ତ୍ର ସ୍ଥାପନ, ଗୀତା ଯଜ୍ଞ ଆଦି କର୍ମ ମାନ ଆଚାର୍ଯ୍ୟ ମାନଙ୍କ ଦ୍ଵାରା ସମ୍ପାଦନ କରାଯାଇଥିଲା। ବୈଷ୍ଣବ ମାନଙ୍କ ଦ୍ଵାରା ନାମ ସଙ୍କୀର୍ତ୍ତନ ସହ ଢେଙ୍କାନାଳର ଗାୟକ ସମ୍ରାଟ ତୋଫାନ ସାହୁଙ୍କ ଦ୍ଵାରା ପାଲା ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସଙ୍ଗୀତ ବିଭାଗର ପ୍ରାଧ୍ୟାପକ ଆଶାମୁକୁଲ୍ ବାରିକଙ୍କ ନେତୃତ୍ବରେ ଉଚ୍ଚକୋଟୀର ଭଜନ ସନ୍ଧ୍ୟା ପରିବେଷଣ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking