22.1 C
Bhubaneswar
Wednesday, January 15, 2025
Homeଓଡିଶାଏସଓପି ଆଧାରରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ; ରାଜ୍ୟ ସରକାରଙ୍କ ଘୋଷଣାକୁ ଅପେକ୍ଷା

ଏସଓପି ଆଧାରରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ; ରାଜ୍ୟ ସରକାରଙ୍କ ଘୋଷଣାକୁ ଅପେକ୍ଷା

ପୁରୀ: ନୀତିକାନ୍ତି ସହ ଖାପ ଖୁଆଇ ରତ୍ନ ଭଣ୍ଡାର ଖୋଲିବା କାର୍ଯ୍ୟ କରାଗଲେ ସବୁ ଦିଗରୁ ସ୍ୱାଗତ କରାଯିବ ବୋଲି କହିଛନ୍ତି ସେବାୟତ । ଅନ୍ୟପକ୍ଷରେ ୧୯୭୮ରେ ଶେଷ ଥର ହୋଇଥିଲା ରତ୍ନ ଗଣତି । ୧୯୮୫ ରେ ଶେଷ ଥର ଖୋଲା ହୋଇଥିଲା ରତ୍ନ ଭଣ୍ଡାର । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପ୍ରତି ୩ ବର୍ଷରେ ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି ରହିଥିଲେ ହେଁ ତତ୍କାଳୀନ ସରକାର ପଛଘୁଞ୍ଚା ଦେଇଥିଲେ । ଏବେ ନୂଆ ସରକାରଙ୍କ ନୂଆ ପଦକ୍ଷେପ ଏବଂ ନୂଆ ତଦାରଖ କମିଟିର ଏସଓପିରେ ଦରକାର୍ ପଡିଲେ ଚାବି ଭଙ୍ଗାଯିବ ବୋଲି ସ୍ପଷ୍ଟ ହେବାପରେ ରତ୍ନ ଭଣ୍ଡାର ଖୋଲିବା ସସ୍ପେନ୍ସରେ ଏକପ୍ରକାର ପରଦା ପଡ଼ିଛି । ତେବେ ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟାର ପ୍ରଥମ୍ ଦିନରେ ସ୍ଥିତି ଯାଞ୍ଚ କରାଯିବା ପରେ ଯାହା ସୂଚନା ମିଳିବ ସେହି ଅନୁସାରେ ସମସ୍ତ ବ୍ୟବସ୍ଥା କରାଯିବ । ତେବେ ମରାମତି ସମୟରେ ରତ୍ନ ସୁରକ୍ଷିତ ରଖିବା ପାଇଁ ଅସ୍ଥାୟୀ ରତ୍ନଭଣ୍ଡାର କରାଯିବାର ରହିଛି ଆବଶ୍ୟକତା ।

ଏଥିପାଇଁ ଚାଙ୍ଗଡା ଘର, ଖଟ ଶେଯ ଘର, ଫୁଲ ଘର ଓ ଖୁଣ୍ଟିଆ ଘରେ ରତ୍ନ ଅଳଙ୍କାର ମାନ ସୁରକ୍ଷିତ ରଖାଯିବା ପାଇଁ ପ୍ରସ୍ତାବ ମାନ ଦିଆଯାଇଛି । ତେବେ ରତ୍ନ ଆକଳନ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ବଣିଆ ଓ ଅତ୍ୟାଧୁନିକ ମେସିନ । ଭିତର ରତ୍ନ ଭଣ୍ଡାରର ମରାମତି ସରିଲେ ତା ଭିତରକୁ ଆଲୋକ ବ୍ୟବସ୍ଥା ସହ ଷ୍ଟ୍ରଙ୍ଗ ରୁମ୍ ଓ ଲକର ରଖିବାର ଆବଶ୍ୟକତା ରହିଛି । ରତ୍ନ ଅଳଙ୍କାର ଯେଭଳି ନଷ୍ଟ ନହୁଏ ସେନେଇ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ସିସିଟିଭି ସର୍ଭିଲେନ୍ସ ର ମଧ୍ୟ ରହିଛି ଆବଶ୍ୟକତା । ଏସବୁ ବ୍ୟତୀତ ଅତିରିକ୍ତ ପ୍ରସ୍ତାବ ମାନ ସଂଯୋଗ କରି ସରକାରଙ୍କୁ ଅବଗତ କରାଇଛି ତଦାରଖ କମିଟି । ତେବେ ଜୁଲାଇ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତିକୁ ଏବେ ସେବାୟତଙ୍କ ସ୍ୱାଗତ ପରେ ରତ୍ନ ଭଣ୍ଡାର ସସପେନ୍ସରୁ ପରଦା ହଟିଛି ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏନେଇ ସୂଚନା ଦେବା ପରେ କେବଳ ରାଜ୍ୟ ସରକାରଙ୍କ ଘୋଷଣାକୁ ଅପେକ୍ଷା କରାଯାଇଛି । ପ୍ରସ୍ତୁତ ହୋଇଥିବା ଏସଓପି ଆଧାରରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ । ତେବେ ଶ୍ରୀମନ୍ଦିର ଭିତରେ ଚାଙ୍ଗଡ଼ା ଘର କିମ୍ବା ଅସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ମତ ଦେଇଛନ୍ତି ସେବାୟତ । ଗତକାଲି ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ସ୍ୱତନ୍ତ୍ର ପରିଚାଳନା କମିଟି ବୈଠକରେ ଯାଞ୍ଚ କମିଟିର ସୁପାରିଶକୁ ମୋହର ମାରିଥିଲା ପରିଚାଳନା କମିଟି । ରତ୍ନଭଣ୍ଡାର ନୂତନ ତଦାରଖ କମିଟି ପ୍ରସ୍ତୁତ କରିଥିବା ଏସଓପିରେ କିଛି ଯୋଡି ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ପାଠାଇଥିଲା । ସୁପାରିଶ ଆଜି ପହଞ୍ଚିବା ପରେ ବିଭିନ୍ନ ଦିଗକୁ ଯାଞ୍ଚ କରାଯାଇ ନିତିକାନ୍ତି ସହ ଖାପ ଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତି ହେବ । ଯାଞ୍ଚ କମିଟି ଯେଉଁ ତାରିଖ ଧାର‌୍ୟ କରିଛି ସେ ତାରିଖ ପ୍ରାୟତ ସ୍ପଷ୍ଟ ବୋଲି କହିଥିଲେ ଆଇନମନ୍ତ୍ରୀ ।

ଅନ୍ୟପକ୍ଷରେ ଆସନ୍ତା ୧୩ ତାରିଖରେ ନବମୀ ସନ୍ଧ୍ୟା ଦର୍ଶନ ଓ ୧୫ ତାରିଖରେ ବାହୁଡା ଯାତ୍ରା ଥିବାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଳିବା ଆଉ ଏକ ବ୍ୟଲେଞ୍ଜ । ତେବେ ଏଯାଏଁ ଚାବି ତଦାରଖ କମିଟି ନିକଟରେ ଦାଖଲ ହୋଇନଥିବା ବେକେ ୧୪ ତାରିଖ ସୁଦ୍ଧା ଚାବି ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚାବି ନ ମିଳିଲେ ତାଲା ଭଙ୍ଗାଯାଇ ଭିତର ରତ୍ନଭଣ୍ଡାର ଯାଞ୍ଚ ହେବ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଛି । ସେହିପରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଥିଲେ ଯେ ଏନେଇ ଉଞ୍ଚ ସ୍ତରୀୟ ତଦାରଖ କମିଟି ଉଚିତ ନିଷ୍ପତ୍ତି ନେବ । ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ଅନୁସଙ୍ଗିକ ସୁବିଧା ଯୋଗାଇ ଦେବ । ଭିତର ରତ୍ନଭଣ୍ଡାର ମରାମତି ସମୟରେ ଯେଭଳି ଭକ୍ତଙ୍କ ଅସୁବିଧା ହେବ ନାହିଁ, କି ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟି ହେବ ନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ସେହିପରି ଗଣତି କିପରି ସଠିକ ଭାବରେ ହେବ ତାହା ସେ ନେଇ ମଧ୍ୟ ଏସଓପିରେ ଉଲ୍ଲେଖ ରହିଛି । ୧୯୭୮ ପରେ ଦୀର୍ଘ ବର୍ଷ ପରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଉଥିବାରୁ ସମସ୍ତ ନଜର ଏହା ଉପରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking