31.1 C
Bhubaneswar
Friday, February 13, 2026
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ଯାଜପୁର: ଯାଜପୁର ୨୦ ନମ୍ବର ଜାତୀୟ ରାଜପଥ ଖରସ୍ରୋତା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ହାଇୱାକୁ ପଛରୁ ଏକ ବାଇକ୍ ଧକ୍କା ଦେଇଛି। ଫଳରେ ବାଇକ୍‌ରେ ଥିବା ୨ ଯୁବକ ଛିଟିକି ତଳେ ପଡ଼ିଥିଲେ। ଖବର ଅନୁଯାୟୀ, ବୁଧବାର ରାତିରେ ୨ ଜଣ ଯୁବକ ବାଇକ୍‌ରେ ଯାଜପୁର ଟାଉନ୍ରୁ ଘରକୁ ଫେରୁଥିବା ବେଳେ ରାଜଘାଟ ନିକଟରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇ ତଳେ ପଡ଼ିଯାଇଥିଲେ। ସଦର ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଚିକିତ୍ସା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ମଧ୍ୟରୁ ଜଣେ ଯାଜପୁର ସଦର ଥାନା ଅନ୍ତର୍ଗତ କେତକିଆ ଅଞ୍ଚଳର କୁନୁ ହୋଇଥିବା ବେଳେ ଅନ୍ୟ ଜଣେ ବିହାରର ବୋଲି ଜଣାପଡିଛି। ଉଭୟଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି କୁହାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking