29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

କଲମ୍ବୋ: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ସେହି ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଶ୍ରୀଲଙ୍କା ବିଦେଶୀ ଜାହାଜକୁ ଏହାର ସାମୁଦ୍ରିକ ଜୋନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବ । ସାବରି କହିଛନ୍ତି ଯେ ଶ୍ରୀଲଙ୍କା ଏହାର ଆଞ୍ଚଳିକ ଜଳ ତଥା ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ସର୍ଭେ କରୁଥିବା ବିଦେଶୀ ଅନୁସନ୍ଧାନ ଜାହାଜ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇ ନାହିଁ । ଅଲି ସାବରିଙ୍କ ନିକଟରେ ଜାପାନ ଗସ୍ତ ସମୟରେ ଜାପାନ ଗଣମାଧ୍ୟମ ତାଙ୍କ ଉଦ୍ଧେଶ୍ୟରେ କହିଛି ଯେ ଶ୍ରୀଲଙ୍କା ସାମୁଦ୍ରିକ ଜଳରେ ବିଦେଶୀ ଜାହାଜ ଉପରେ ଥିବା ପ୍ରତିବନ୍ଧକକୁ ଶୀଘ୍ର ହଟାଇବ ।

ଶ୍ରୀଲଙ୍କାର ଏହି ନିଷ୍ପତ୍ତି ଭାରତର ଚିନ୍ତା ବଢାଇ ଦେଇଛି, କାରଣ ଏହା ଚାଇନା ଜାହାଜକୁ ଭାରତୀୟ ଉପକୂଳର ନିକଟତର ହେବାକୁ ସୁଯୋଗ ଦେଇଥାନ୍ତା । ସେ ରବିବାର କହିଛନ୍ତି ଯେ ଟୋକିଓରେ ଏକ ସାକ୍ଷାତକାର ସମୟରେ ଦେଇଥିବା ବିବୃତ୍ତିକୁ ବିକୃତ ଏବଂ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି । ସାବରି ଶ୍ରୀଲଙ୍କା ଖବରକାଗଜ ଦୈନିକ ମର୍ନିଂ ପୋଷ୍ଟକୁ କହିଛନ୍ତି ଯେ ଚଳିତ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଜଳରେ ବିଦେଶୀ ଜାହାଜ ଚଳାଚଳ ଉପରେ ନିଷେଧାଦେଶ ରହିଛି । ଆମେ ବର୍ଷ ଶେଷରେ ପରିସ୍ଥିତିର ଆକଳନ କରିବୁ, ଯାହା ପରେ ବିଦେଶୀ ଜାହାଜକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ କି ନାହିଁ ନିଷ୍ପତ୍ତି ନିଆଯିବ । ଏହା ସବୁ ପରିସ୍ଥିତି ଉପରେ ନିର୍ଭର କରିବ । ବର୍ତ୍ତମାନ ସୁଦ୍ଧା ସରକାର ଏହି ପ୍ରତିବନ୍ଧକ ହଟାଇବା ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking