30.1 C
Bhubaneswar
Friday, March 20, 2026
Homeଦେଶ ବିଦେଶ ଛାଡ଼ପତ୍ର ପରେ ମୁସଲିମ ଧର୍ମରେ ସ୍ତ୍ରୀକୁ ଭରଣ ପୋଷଣ ଦେବ ସ୍ୱାମୀ : ସୁପ୍ରିମକୋର୍ଟ

 ଛାଡ଼ପତ୍ର ପରେ ମୁସଲିମ ଧର୍ମରେ ସ୍ତ୍ରୀକୁ ଭରଣ ପୋଷଣ ଦେବ ସ୍ୱାମୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ରାୟରେ ଦର୍ଶାଇଛନ୍ତି ସର୍ବୋଚ୍ଚ ଅଦାଲତ।
ତେବେ ମୁସଲିମ ମହିଳାମାନେ ନିଜର ପିଜ ପତିଙ୍କ ବିରୋଧରେ ସିଆରପିସିର ଧାରା-୧୨୫ ଅଧିନରେ ଭରଣପୋଷଣ ପାଇଁ ଯାଚିକା ଦାୟର କରିପାରିବେ । ଜଷ୍ଟିସ ବିବି ନାଗରତ୍ନା ଓ ଜଷ୍ଟିସ ଅଗଷ୍ଟୀନ ଜଜଙ୍କ ମସୀହ ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି । ଯେଉଁ ଭାରତୀୟ ମହିଳାମାନେ ଆର୍ଥିକ ଭାବେ ସ୍ୱତନ୍ତ୍ର ନୁହନ୍ତି ସେମାନେ ଏହି ତଥ୍ୟ ପ୍ରତି ସଚେତନ ରହିବା ଉଚିତ ବୋଲି କୋର୍ଟ କହିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ସିଆରପିସିର ଧାରା ୧୨୫ ସମସ୍ତ ବିବାହିତ ମହିଳାଙ୍କ ଉପରେ ଲାଗୁ ହୋଇଥାଏ । ସେମାନେ ଯେ କୌଣସି ଧର୍ମର ହେଲେ ବି କୌଣସି ସମସ୍ୟା ହୋଇନଥାଏ । ମୁସଲମ ମହିଳାମାନେ ଏହି ଆଇନର ଆଶ୍ରୟର ନେଇ ପାରନ୍ତି ଓ ଗୁଜରାଣ ଭତ୍ତା ମାଗି ପାରନ୍ତି । ଛାଡ଼ପତ୍ର ହୋଇଥିବା ଯେ କୌଣସି ମୁସଲିମ ମହିଳାମାନେ ସିଆରପିସିର ଧାରା ୧୨୫ ଅଧିନରେ ପତିଙ୍କ ଠାରୁ ଗୁଜୁରାଣ ଭତ୍ତା ପାଇବାକୁ ହକଦାର । ଏହି କାରଣରୁ ସେ ଗୁଜୁରାଣ ଭତ୍ତା ପାଇଁ ଯାଚିକା ଦାୟର କରିପାରିବେ । ଦୁଇ ବିଚାରପତି କହିଛନ୍ତି, ମୁସଲ ମହିଳା ଭରଣପୋଷଣ ପାଇଁ ଆଇନଗତ ଅଧିକାରର ବ୍ୟବହାର କରିପାରନ୍ତି । ସେମାନେ ଏ ସମ୍ବନ୍ଧିତ ଦଣ୍ଡ ପ୍ରକ୍ରିୟା ସଂହିତାର ଧାରା ୧୨୫ ଅଧିନରେ ଯାଚିକା ଦାୟର କରିପାରନ୍ତି । ଏହି ଧାରା ସମସ୍ତ ବିବାହିତା ମହିଳାଙ୍କ ପାଇଁ ଲାଗୁ ହୋଇଥାଏ । ସେମାନେ ଯେ କୌଣସି ଧର୍ମର ହେଲେ ଚଳିବ । ମୁସଲିମ୍ ମହିଳାମାନେ ମଧ୍ୟ ଏହି ପ୍ରାବଧାନର ସହାୟତା ନେଇ ପାରିବେ । ମୁସଲିମ ମହିଳାମାନେ ସେମାନଙ୍କ ପତିଙ୍କ ବିରୋଧରେ ଧାରା ୧୨୫ ସିଆରପିସି ଅଧିନରେ ଭରଣପୋଷଣ ପାଇଁ ଯାଚିକା ଦାୟର କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking