31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ

ଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ

ନୂଆଦିଲ୍ଲୀ: ଋତୁସ୍ରାବ ଜନିତ ମାସିକ ଛୁଟି ନେଇ ଦୀର୍ଘ ଦିନ ଧରି ଆଲୋଚନା, ପର୍ଯ୍ୟାଲୋଚନା ଓ ବିତର୍କ ଚାଲିଛି । ଏନେଇ ସୁପ୍ରିମକୋର୍ଟ ବଡ଼ ଟିପ୍ପଣୀ ଦେଇଛନ୍ତି । ରାଜ୍ୟ ସହ ପରାମର୍ଶ କରି ମାସିକ ଛୁଟିରେ ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି ଏହା ଏକ ପ୍ରସଙ୍ଗ ନୁହେଁ, ଯାହାକୁ କୋର୍ଟ ବିଚାର କରିବ । ଯଦି ମହିଳାମାନଙ୍କୁ ଏପରି ଛୁଟି ପ୍ରଦାନ କରିବାକୁ କୋର୍ଟ ନିଷ୍ପତ୍ତି ନିଅନ୍ତି, ତେବେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପଡିପାରେ । କାରଣ କମ୍ପାନୀ ସେମାନଙ୍କୁ କାମ ନ ଦେଇପାରେ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ । ଋତୁସ୍ରାବ ଛୁଟି ପାଇଁ ନୀତି ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ତଥା ରାଜ୍ୟଗୁଡିକୁ ଏକ ନିର୍ଦ୍ଦେଶନାମା ଜାରି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଥିଲା । ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏହା ଉପରେ ଶୁଣାଣି କରିଛନ୍ତି ।

ଖଣ୍ଡପୀଠ କହିଛନ୍ତି, ଏହିପରି ଆବେଦନ ଉପରେ ଶୁଣାଣି କରି ନିର୍ଦ୍ଦେଶ ଦେବା ଫଳରେ ମହିଳାମାନେ କର୍ମକ୍ଷେତ୍ରରୁ ଦୂରେଇ ରହିବେ । ସେମାନଙ୍କୁ ଚାକିରି ମିଳିବାରେ ଅସୁବିଧା ହେବ । ଆମେ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଯାହା କରିବୁ ତାହା ସେମାନଙ୍କ ପାଇଁ କ୍ଷତି ହେଉ, ତାହା ଆମେ ଚାହୁଁ ନାହୁଁ । ସିଜେଆଇ ନେତୃତ୍ୱାଧୀନ ବେଞ୍ଚ କହିଛି ଯେ, ସଂସ୍ଥା ଯଦି ମହିଳା କର୍ମଚାରୀଙ୍କୁ ମାସିକ ଛୁଟି ପ୍ରଦାନ କରିବାକୁ ଅନୁମତି ଦିଅନ୍ତି, ତେବେ ଏହା ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରିପାରେ କିମ୍ବା ନିରାଶ କରିପାରେ ଏବଂ ସେମାନେ ବହୁ ସଂଖ୍ୟକ ମହିଳା କର୍ମଚାରୀଙ୍କୁ ଚାକିରିରୁ ବାହାର କରିପାରନ୍ତି । ଏହି ପ୍ରସଙ୍ଗ ଏକାଧିକ ନୀତିଗତ ଦିଗ ସହ ଜଡିତ । ଏଥିରେ କୋର୍ଟଙ୍କ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ । ଏହି ନିଷ୍ପତ୍ତିରେ ରାଜ୍ୟ ସରକାର ମଧ୍ୟ କୌଣସି ପଦକ୍ଷେପ ନେବେ ନାହିଁ ବୋଲି ସୁପ୍ରମକୋର୍ଟ କହିଛନ୍ତି । ଆମେ ସଚିବଙ୍କୁ ଅନୁରୋଧ କରୁଛୁ ଯେ, ଏନେଇ ସମସ୍ତ ରାଜ୍ୟ ସହ ପରାମର୍ଶ କରି ଏକ ମଡେଲ ପ୍ରସ୍ତୁତ କରନ୍ତୁ ।ଏହି ମାମଲା ଉପରେ ସମାଧାନ ପାଇଁ ସୁପ୍ରମକୋର୍ଟ ଆବେଦନକାରୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟ୍ଟିଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking