26.1 C
Bhubaneswar
Thursday, March 26, 2026
Homeଅପରାଧଜମିବାଡ଼ି ବିବାଦକୁ ନେଇ ନାବାଳକର ତଣ୍ଟି କାଟିଲେ

ଜମିବାଡ଼ି ବିବାଦକୁ ନେଇ ନାବାଳକର ତଣ୍ଟି କାଟିଲେ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ସିସକେଳା ପଞ୍ଚାୟତ ଭୋରପଡ଼ା ଗାଁରେ ଅଘଟଣ । ନାବାଳକର ତଣ୍ଟି କାଟି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆହତ ନାବାଳକ ଜଣଙ୍କ ହେଲେ ମିଳନ ଦୀପ। ଆହତ ନାବାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ସୁରଞ୍ଚି ଭୋଇଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୁରଞ୍ଚିଙ୍କ ଘର ଭୋରପଡ଼ା ଗାଁରେ ବୋଲି ଜଣାଯାଇଛି। ଆଜି ସକାଳେ ନାବାଳକ ଜଣଙ୍କ ଘରେ ଏକୁଟିଆ ଥିଲେ। ଏହି ସମୟରେ ସୁରଞ୍ଚି ଘରେ ଭିତରେ ପଶି ଧାରୁଆ ଅସ୍ତ୍ରରେ ମିଳନଙ୍କ ତଣ୍ଟି କାଟିବାକୁ ଉଦ୍ୟମ କରିଥିଲେ। ପିଲାଟି ଚିତ୍କାର କରିବାରୁ ପରିବାର ଲୋକେ ଦୌଡ଼ି ଆସିଥିଲେ। ସୁରଞ୍ଚି ଦୌଡ଼ି ପଳାଇଥିଲେ। ପରିବାର ଲୋକେ ପିଲାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସଇଁତଳା ଡାକ୍ତରଖାନା ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ସଇଁତଳା ଡାକ୍ତରଖାନା ଭର୍ତ୍ତି କରାଯାଇଛି। ସୁରଞ୍ଚି ଓ ନାବାଳକଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଜମିବାଡ଼ି ବିବାଦ ପାଇଁ ସୁରଞ୍ଚି ଏପରି କାଣ୍ତ ଭିଆଇଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking