28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ; ୬ ଆତଙ୍କବାଦୀ ସଫା

ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ; ୬ ଆତଙ୍କବାଦୀ ସଫା

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ । ଶନିବାର କୁଲଗାମ ଜିଲାରେ ହୋଇଥିବା ଏହି ଅପରେସନ୍‌ରେ ଦୁଇ ଯବାନ ଶହୀଦ ହୋଇଛନ୍ତି । ଏଥି ସହିତ ସୁରକ୍ଷାବଳଙ୍କ ଗୁଳିରେ ପାଖାପାଖି ୬ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ମୋଦରଗାମ ଏବଂ କୁଲଗାମରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାବଳକୁ ସୂଚନା ମିଳିଥିଲା । ପରେ ସୁରକ୍ଷାବଳ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏହି ସମୟରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଅନ୍ୟପଟେ ଚିନିଗାମରେ ଜଣେ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେନା ଅପରେସନ୍‌ ଜାରି ରଖିଛି । ଖରାପ ପାଗ କାରଣରୁ ଆଜି ଅମରନାଥ ଯାତ୍ରାକୁ ବନ୍ଦ ରଖାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking