33.1 C
Bhubaneswar
Saturday, October 5, 2024
Homeଖେଳରୋହିତ-ବିରାଟଙ୍କ ଜର୍ସି ନମ୍ବରକୁ ଅବସର ଦେବାକୁ କ୍ରିକେଟ ବୋର୍ଡକୁ ଅନୁରୋଧ କଲେ ରାଇନା

ରୋହିତ-ବିରାଟଙ୍କ ଜର୍ସି ନମ୍ବରକୁ ଅବସର ଦେବାକୁ କ୍ରିକେଟ ବୋର୍ଡକୁ ଅନୁରୋଧ କଲେ ରାଇନା

ନୂଆଦିଲ୍ଲୀ : ଟି-୨୦ ବିଶ୍ୱବିଜେତା ହେବାର ପର ମୁହୂର୍ତ୍ତରେ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । ବର୍ତ୍ତମାନ କେବଳ ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଖେଳୁଥିବାର ନଜର ଆସିବେ । ତେବେ ଉଭୟ ଷ୍ଟାର କ୍ରିକେଟରଙ୍କ ଅବସର ପରେ ଭାରତୀୟ କ୍ରିକେଟ ବୋର୍ଡକୁ ଏକ ଅନୁରୋଧ କରିଛନ୍ତି ପୂର୍ବତନ ଷ୍ଟାର ଖେଳାଳି ସୁରେଶ ରାଇନା । ରୋହିତ-ବିରାଟଙ୍କ ଜର୍ସିକୁ ରିଟାୟାର କରିବା ପାଇଁ ବିସିସିଆଇକୁ ରାଇନା ଅନୁରୋଧ କରିଛନ୍ତି । ଟିମ ଇଣ୍ଡିଆ ପାଇଁ କ୍ରିକେଟରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ତେଣୁ ବର୍ତ୍ତମାନ ଟି-୨୦ କ୍ରିକେଟରୁ ଉଭୟ ଖେଳାଳି ବିଦାୟ ନେବା ପରେ ସେମାନଙ୍କ ଜର୍ସି ନମ୍ବର ୪୫(ରୋହିତ ଶର୍ମା) ଏବଂ ୧୮(ବିରାଟ କୋହଲି)କୁ ମଧ୍ୟ ରିଟାୟାର ଘୋଷଣା କରାଯିବା ଉଚିତ୍ । ଏଥିପାଇଁ ଭାରତୀୟ କ୍ରିକେଟ ବୋର୍ଡକୁ ଅନୁରୋଧ କରିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା । ଟି-୨୦ ବିଶ୍ୱକପ-୨୦୨୪ରେ ରୋହିତ ଶର୍ମା ୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବିରାଟ କୋହଲି ଫାଇନାଲ ମ୍ୟାଚରେ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଟି-୨୦ ବିଶ୍ୱକପ ପରେ ରୋହିତ ଏବଂ ବିରାଟଙ୍କ ସହ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଟି-୨୦ ଫର୍ମାଟରୁ ବିଦାୟ ନେଇଛନ୍ତି । ବିଶ୍ୱକପ୍ ଫାଇନାଲ ମ୍ୟାଚର ପରଦିନ ଅର୍ଥାତ୍ ଜୁନ୍ ୩୦ ତାରିଖରୁ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି ସାର୍ ରବିନ୍ଦ୍ର ଜାଡେଜା । ଭାରତୀୟ କ୍ରିକେଟରେ ଏହି ୩ ମହାନ୍ ହସ୍ତୀଙ୍କ ବିଦାୟ ପରେ ଦଳରେ ସେମାନଙ୍କ ସ୍ଥାନ ଖାଲି ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking