21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଜୁଲାଇ ୨୩ରେ ଉସ୍ଥାପନ ହେବ କେନ୍ଦ୍ର ବଜେଟ୍‌

ଜୁଲାଇ ୨୩ରେ ଉସ୍ଥାପନ ହେବ କେନ୍ଦ୍ର ବଜେଟ୍‌

ନୂଆଦିଲ୍ଲୀ : ଜୁଲାଇ ୨୨ରୁ  ସଂସଦର ବଜେଟ୍ ଅଧିବେଶନ । ଜୁଲାଇ ୨୩ରେ ଉସ୍ଥାପନ ହେବ କେନ୍ଦ୍ର ବଜେଟ୍ । କେନ୍ଦ୍ର ବଜେଟ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ତାରିଖ ଘୋଷଣା କରିଛନ୍ତି। ସେ ଆଜି ଏକ୍ସରେ ପୋଷ୍ଟ କରି କହିଛନ୍ତି, ସଂସଦର ଆଗାମୀ ବଜେଟ ଅଧିବେଶନ ଜୁଲାଇ ୨୩ରେ ଉପସ୍ଥାପନ ହେବ। କିରେନ ରିଜିଜୁ ଆହୁରି କହିଛନ୍ତି , ଭାରତ ସରକାରଙ୍କ ସୁପାରିଶ କ୍ରମେ ଜୁଲାଇ ୨୨ରେ ସଂସଦରେ ବଜେଟ ଅଧିବେଶନ ଡାକିବାକୁ ମାନ୍ୟବର ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ସେ କହିଛନ୍ତି ଯେ, ଏଥର ବଜେଟ ଅଧିବେଶନ ଜୁଲାଇ ୨୨ରୁ ଅଗଷ୍ଟ ୧୨ ଯାଏଁ ଚାଲିବ ବଜେଟ୍ ଅଧିବେଶନ। ଏଥିସହ ଜୁଲାଇ ୨୩ରେ ଲୋକ ସଭାରେ ବଜେଟ ଉପସ୍ଥାପନ କରାଯିବ ବୋଲି ରିଜିଜୁ କହିଛନ୍ତି। ଲୋକସଭାରେ ବଜେଟ ଅଧିବେଶନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking