27.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶନୋଏଡାର ଏକ ମଲରେ ଅଗ୍ନିକାଣ୍ଡ

ନୋଏଡାର ଏକ ମଲରେ ଅଗ୍ନିକାଣ୍ଡ

ନୋଇଡ଼ା : ଶୁକ୍ରବାର ଦିନ ନୋଏଡାର ଲଜିକ୍ସ ମଲରେ ଥିବା ଏକ ପୋଷାକ ଦୋକାନରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ଘଟିବା ପରେ ମଲ୍‌ରୁ ଲୋକମାନେ ଦୌଡ଼ିକି ବାହାରକୁ ପଳାଇ ଆସିଛନ୍ତି। ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶୀଘ୍ର କାର୍ଯ୍ୟ ତ୍ବରାନ୍ବିତ କରି ନିଆଁ ଲିଭାଇବା ଆରମ୍ଭ କରିଥିଲେ।
ନିଆଁ ଲାଗିବା ପରେ ମଲ୍ କର୍ମଚାରୀମାନେ ବିଲ୍ଡିଂ ବାହାରକୁ ବାହାରି ଆସିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ଭିଡିଓଗୁଡିକରେ ଦେଖିବାକୁ ମିଳିଛି ଯେ ନିଆଁ ଲାଗିବା ପରେ ବିଲ୍ଡିଂ ଭିତରୁ ମୋଟା ଆକାରର ଧୂଆଁ ବାହାରୁଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking