19.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଉତ୍ତରପ୍ରଦେଶ : ଦଳାଚକଟାରେ ୨୭ ମୃତ

ଉତ୍ତରପ୍ରଦେଶ : ଦଳାଚକଟାରେ ୨୭ ମୃତ

ଉତ୍ତରପ୍ରଦେଶ : ମଙ୍ଗଳବାର ଉତ୍ତରପ୍ରଦେଶର ହାଥରସରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟାରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୧୯ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ସେହିପରି ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ସେମାନଙ୍କୁ ଏଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଭଗବାନ ଶିବଙ୍କ ପାଇଁ ଏକ ‘ସତସଙ୍ଗ’ (ପ୍ରାର୍ଥନା ସଭା) ସମୟରେ ଏହି ଦଳାଚକଟା ଘଟିଥିଲା। ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୂଚନା ଅନୁଯାୟୀ, ତାଙ୍କ ସମ୍ପର୍କୀୟଙ୍କ ଉପସ୍ଥିତିରେ ବହୁ ମୃତଦେହକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଯେଉଁଥିରେ ୨୭ ଟି ମୃତ ଦେହ ଥିଲା , ସେଥିମଧ୍ୟରୁ ୨୫ ଜଣ ମହିଳା ଏବଂ ଦୁଇଜଣ ପୁରୁଷ ରହିଛନ୍ତି ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ଏଟା , ଡାକ୍ତର ଉମେଶ କୁମାର ତ୍ରିପାଠୀ କହିଛନ୍ତି। ବରିଷ୍ଠ ପୋଲିସ ଅଧୀକ୍ଷକ ରାଜେଶ କୁମାର କହିଛନ୍ତି ଏହି ମୃତକଙ୍କ ମଧ୍ୟରେ ତିନିଜଣ ଶିଶୁ ଅଛନ୍ତି।

 

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking