20.1 C
Bhubaneswar
Friday, December 26, 2025
Homeଅପରାଧଯୌନାଙ୍ଗ କାଟି ଯୁବକଙ୍କୁ ନିର୍ମମ ହତ୍ୟା

ଯୌନାଙ୍ଗ କାଟି ଯୁବକଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଯୋଡ଼ାବନ୍ଧ ଗ୍ରାମର ଜଣେ ଯୁବକଙ୍କ ‌‌ଯୌନାଙ୍ଗ କାଟି ନିର୍ମମ ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି, ଚିତ୍ତରଞ୍ଜନ ସାହୁ (୪୩)। ସେ ଲଡ଼ୁକିଶୋର ସାହୁଙ୍କ ପୁଅ। ଗତକାଲି ସନ୍ଧ୍ୟାରୁ ଚିତ୍ତରଞ୍ଜନ ନିଖୋଜ ଥିଲେ। ଆଜି ସକ‌ାଳେ ଘରଠୁ ୩ଶହ ମିଟର ଦୂର ଗୁଡ଼ିଖାତ ନିକଟ ଲଟାବୁଦାରୁ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି। ଚିତ୍ତରଞ୍ଜନଙ୍କ ‌ଯୌନାଙ୍ଗକୁ କାଟି ହତ୍ୟାକାରୀମାନେ ତାଙ୍କ ପାପୁଲିରେ ଧରାଇଥିବା ଦେଖିବାକୁ ମିଳିଥିଲା। ସେହିପରି ଶବ ପଡ଼ିଥିବା ଜାଗାରୁ କିଛି ଦୂରରେ ଚିତ୍ତରଞ୍ଜନଙ୍କ ଚପଲ୍ ସମେତ ଦୁଇଟି ମଦ ବୋତଲ, କିଛି ପ୍ଲାଷ୍ଟିକ୍ ଗ୍ଲାସ୍, ମୋବାଇଲ୍ ଓ ଗୋଟିଏ ରକ୍ତଲଗା ବ୍ଲେଡ୍ ମିଳିଛି। ମୃତକଙ୍କ ବଡ଼ଭାଇ ସୀମାଞ୍ଚଳ ସାହୁଙ୍କ ଏତଲାନୁସାରେ, ଚିତ୍ତରଞ୍ଜନ ଗତକାଲି ସନ୍ଧ୍ୟାରେ ଘରେ ବାଇକ୍ ରଖି ଗାଁ ଛକକୁ ବୁଲିବାକୁ ଯାଇଥି‌ଲେ। କିନ୍ତୁ ରାତି ପର୍ଯ୍ୟନ୍ତ ଆଉ ଫେରି ନଥିଲେ।

ପରିବାରବର୍ଗ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ରାତି ପ୍ରାୟ ୧୦ଟା‌ରେ ଜଗନ୍ନାଥପ୍ରସାଦ ଥାନାକୁ ଖବର ଦେଇଥିଲେ। ‘ତେବେ ବନ୍ଧୁବାନ୍ଧବଙ୍କୁ ପଚରାଉଚରା କର, ନଚେତ୍ ସକାଳେ ଆସି ଏତଲା ଦିଅ’ ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା। ଫଳରେ ପରିବାରବର୍ଗ ରାତିସାରା ଆଶାଆଶଙ୍କା ମଧ୍ୟରେ ରହିଥିଲେ। ଆଜି ଭୋର୍‌ରୁ ସମସ୍ତେ ‌ଖୋଜାଖୋଜି କରିବା ପରେ ଘରଠୁ ୨୦୦ ମିଟର ଦୂର ରାସ୍ତାକଡ଼ରୁ ଚିତ୍ତରଞ୍ଜନଙ୍କ ଚପଲ୍ ମିଳିଥିଲା। ଆଉ କିଛି ଦୂରରେ ଏକ ବୁଦାରେ ଚିତ୍ତରଞ୍ଜନଙ୍କ କ୍ଷତାକ୍ତ ଶବ ମିଳିଥିଲା। ଜଗନ୍ନାଥପ୍ରସାଦ ଥାନାଧିକାରୀ ଅରୁଣ କୁମାର ସିଂ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବଠୁ କିଛି ଦୂରରେ ରକ୍ତଲଗା ବ୍ଲେଡ୍ ମିଳିଥିବାରୁ ପୁଲିସ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ଲୋଡ଼ିଥିଲା। ସୀମାଞ୍ଚଳଙ୍କ ଏତଲା କ୍ରମେ ଜଗନ୍ନାଥପ୍ରସାଦ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ପ୍ରେମଜନିତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking