26.3 C
Bhubaneswar
Thursday, April 9, 2026
Homeଓଡିଶାଭୂମିହୀନ ବ୍ୟକ୍ତିଙ୍କୁ ଜାଗା ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଭୂମିହୀନ ବ୍ୟକ୍ତିଙ୍କୁ ଜାଗା ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଶୁଣାଣି କରିଛନ୍ତି। ସେ ପ୍ରଥମେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଆସିଥିବା ବ୍ୟକ୍ତିଙ୍କ ଅଭିଯୋଗ ଶୁଣିଛନ୍ତି। ପ୍ରଥମ ଶୁଣାଣିରେ ଅଭିଯୋଗ ନେଇ ଆସିଥିବା ଭୂମିହୀନ ବ୍ୟକ୍ତିଙ୍କୁ ଜାଗା ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅଭିଯୋଗ ଶୁଣାଣି ପରେ ଉକ୍ତ ବ୍ୟକ୍ତି କହିଛନ୍ତି, ଭୂମିହୀନ ହୋଇଥିବାରୁ ଦୀର୍ଘଦିନ ଧରି ଜମି ପାଇବାକୁ ଜିଲ୍ଲାପାଳଙ୍କ ଅଫିସକୁ ଧାଉଁଥିଲି। କିନ୍ତୁ କେହି ମୋ କଥା ଶୁଣିନଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୋ ଅଭିଯୋଗ ଜଣାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ବେଶ କିଛି ସମୟ କଥା ହେବା ପରେ ଜମି ମିଳିବାକୁ ପ୍ରତିଶ୍ରୁତି ମିଳିଛି। ଆଗାମୀ ମାସେ କି ଦୁଇମାସ ମଧ୍ୟରେ ଜମି ମିଳିବ ବୋଲି ପ୍ରତିଶ୍ରୁତି ପାଇଛି। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବା ମାତ୍ରେ ତୁରନ୍ତ ଏବାବଦରେ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking