24.1 C
Bhubaneswar
Friday, February 13, 2026
Homeଓଡିଶା୩ଟା ୪୦ରେ ହାତୀବେଶରେ ଦର୍ଶନ ଦେବେ ମହାବାହୁ

୩ଟା ୪୦ରେ ହାତୀବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ : ଆଜି ଦେବସ୍ନାନ ପୂର୍ଣ୍ଣିମା ବା ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ଶ୍ରୀକ୍ଷେତ୍ରରେ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ। ଆଜି ଭୋର ୫ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି। ଦିନ ୧୨ଟା ୨୦ରୁ ୧ଟା ୪୫ ମିନିଟ ଭିତରେ ମହାପ୍ରଭୁଙ୍କର ଦିବ୍ୟସ୍ନାନ ଅନୁଷ୍ଠିତ ହେବ। ଏହାପରେ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି। ଦିନ ୩ଟାରେ ଛେରା ପହଁରା ୩ଟା ୪୦ରେ ହାତୀବେଶ କରାଯିବ। ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯିବ। ଆଉ ଏହାପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯିବ। ଜଗନ୍ନାଥ ମହାପ୍ରଭୁଙ୍କୁ ୩୫ଗରା ଓ ବଡଠାକୁର ବଳଭଦ୍ରଙ୍କୁ ୩୩ଗରା, ଦେବୀ ଶୁଭଦ୍ରାଙ୍କୁ ୨୨ଗରା ଏବଂ ସୁଦର୍ଶନଙ୍କୁ ୧୮ଗରା ଜଳରେ ସ୍ନାନ କରାଯାଏ। ଏହି ୧୦୮ ଗରା ଜଳରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ଆଦି ମିଶ୍ରତ କରାଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking