27.1 C
Bhubaneswar
Thursday, February 12, 2026
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ

କଟକ : ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କଟକ ସିଡିଏ ସେକ୍ଟର ୧୧ ରୁ ନୁଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ବ୍ରିଜ ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ବାଇକ୍ ପିଟି ହୋଇ ଏପରି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଇକ୍‌ରେ ଯାଉଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସୂଚନା ଅନୁସାରେ, ଗତ ରାତିରେ ୩ ଯୁବକ ଏକ ବାଇକ୍‌ରେ ମଧୁସୂଦନ ବ୍ରିଜ ଉପରେ ଯାଉଥିଲେ। ସେମାନେ ଦ୍ରୁତ ଗତିରେ ଯାଉଥିବା ବେଳେ ବ୍ରିଜ ଉପରେ ଛିଡ଼ା ହୋଇଥିବା ଟ୍ରକ୍‌ରେ ପିଟି ହୋଇ ଯାଇଥିଲେ। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ଦୁଇ ଯୁବକ ଛିଟିକି ପଡ଼ିଥିଲେ। ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣେ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକାଇ ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking