22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶହଜ୍‌ ଯାତ୍ରୀଙ୍କ ପାଇଁ ଗରମ କାଳ ; ଗଲାଣି ୫୭୭ ଜୀବନ

ହଜ୍‌ ଯାତ୍ରୀଙ୍କ ପାଇଁ ଗରମ କାଳ ; ଗଲାଣି ୫୭୭ ଜୀବନ

ମକ୍କା : ଚଳିତ ବର୍ଷ ହଜ୍‌ ଯାତ୍ରା ସମୟରେ ଅସହ୍ୟ ଗରମ ପାଇଁ ୫୭୭ ଜଣ ହଜ୍‌ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୬୮ ଜଣ ଭାରତୀୟ ଅଛନ୍ତି। ମକ୍କାର ଗ୍ରାଣ୍ଡ୍‌ ମସଜିଦରେ ଗତ ସୋମବାର ତାପମାତ୍ରା ୫୧.୮ ଡିଗ୍ରି ସେଲସିୟସ ଥିଲା। ତାପମାତ୍ରା ୫୦ ଡିଗ୍ରି ସେଲ୍‌ସିୟସ ଉପରେ ରହୁଥିବାରୁ ଅନେକ ଲୋକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଇଜିପ୍ଟ ନାଗରିକ ଥିବା ଜଣାପଡ଼ିଛି। ୩୨୩ ଜଣ ଇଜିପ୍ଟ ନାଗରିକଙ୍କର ମୁଖ୍ୟତଃ ଗରମଜନିତ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ୨ ଜଣ କୂଟନୀତିଜ୍ଞ ସ୍ପଷ୍ଟ କରିଛନ୍ତି। ସେହିପରି ଜୋର୍ଡାନରୁ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ବିଭିନ୍ନ ରାଷ୍ଟ୍ରରୁ ମୋଟ୍‌ ୫୭୭ ହଜ୍‌ ଯାତ୍ରୀଙ୍କର ସପ୍ତାହକ ମଧ୍ୟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁସଲମାନଙ୍କ ପାଇଁ ଏକ ବାଧ୍ୟତାମୂଳକ ତୀର୍ଥଯାତ୍ରା ହେଉଛି ହଜ୍‌। କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଅନେକ ହଜ୍‌ ଯାତ୍ରୀ ସେମାନଙ୍କ ଧାର୍ମିକ ଯାତ୍ରା ସମୟରେ ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହେଉଛନ୍ତି। ଏବେ ସା‌ଉଦି କର୍ତ୍ତୃପକ୍ଷ ୨ ହଜାରରୁ ଅଧିକ ତୀର୍ଥଯାତ୍ରୀଙ୍କୁ ବିଭିନ୍ନ ହସ୍ପିଟାଲ୍‌ରେ ରଖି ଚିକିତ୍ସା କରୁଥିବା‌ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking