ଭୁବନେଶ୍ୱର : ଅସହ୍ୟ ଗୁଳୁଗୁଳି । ତ’ସାଙ୍ଗକୁ ଝାଞ୍ଜିପବନ । ଏହାକୁ ଦୃଷ୍ଟିରେ ରଖିଘୁଞ୍ଚିିପାରେ ଖରାଛୁଟି । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ସ୍କୁଲ ଛୁଟି ଘୁଞ୍ଚାଇବା ପାଇଁ ତର୍ଜମା ଚାଲିଛି । ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ପାଗକୁ ଦେଖି ସ୍କୁଲ ଛୁଟି କରିବେ କିମ୍ବା ସମୟ ବଦଳାଇବେ । ପାଗ ଅନୁକୂଳ ଥିଲେ ସକାଳ ୬.୩୦ରୁ ୧୦ଟା ୩୦ ସ୍କୁଲ । ଆସନ୍ତା ୨୦ ତାରିଖ ଯାଏଁ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ସେପଟେ ସ୍କୁଲ ମାନଙ୍କରେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରାଯାଇଛି । ସ୍କୁଲ ପରିସର ସମେତ ଶ୍ରେଣୀଗୃହ, ରୋଷେଇଘର, ଶୌଚାଳୟକୁ ପରିଷ୍କାର କରାଯାଉଛି । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସ୍କୁଲରେ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ପାଚିକା ଆଦିଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଅନ୍ୟପକ୍ଷରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଆସନ୍ତା ୧୮ ତାରିଖରୁ ଖୋଲିବ ସ୍କୁଲ୍। ସ୍କୁଲ୍ ଖୋଲିବାର ପ୍ରଥମ ଦିନରୁ ହିଁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା ୬ରୁ ୧୪ ବର୍ଷ ବୟସର ପ୍ରତିଟି ଶିଶୁ ମଧ୍ୟାହ୍ନ ଭୋଜନ ପାଇବାକୁ ହକଦାର। ସ୍କୁଲର ଅବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ଯେପରି ସେମାନଙ୍କ ହକରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଛି।