27.1 C
Bhubaneswar
Thursday, June 27, 2024
Homeଖେଳଭାରତ ଆମେରିକା ମୁକାବୁଲାରେ ସୁପର-୮ ସ୍ଥାନ ସହ ୭ ୱିକେଟ୍‌ରେ ଭାରତ ବିଜୟ

ଭାରତ ଆମେରିକା ମୁକାବୁଲାରେ ସୁପର-୮ ସ୍ଥାନ ସହ ୭ ୱିକେଟ୍‌ରେ ଭାରତ ବିଜୟ

ନ୍ୟୁୟର୍କ : ଟି-୨୦ ବିଶ୍ୱକପ୍‌ରେ ଭାରତ ଆମେରିକା ମୁକାବୁଲାରେ ସୁପର-୮ ସ୍ଥାନ ସହ ୭ ୱିକେଟ୍‌ରେ ବିଜୟଲାଭ କରିଛି ଭାରତ । ଆୟୋଜକ ଆମେରିକାକୁ ୭ ୱିକେଟ୍‌ରେ ହରାଇ ଭାରତ ଚଳିତ ଟି-୨୦ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍ ମାରିଛି। ଏଥି ସହିତ ସୁପର-୮ରେ ସ୍ଥାନ ପକ୍କା କରି ନେଇଛି। ଗ୍ରୁପ୍-ଏରେ ଭାରତ ତିନିଟି ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇ ୬ ପଏଣ୍ଟ୍ ସହ ଶୀର୍ଷ ସ୍ଥାନରେ ରହିଛି। ବୁଧବାର ଭାରତ ଟସ୍ ଜିତି ଆମେରିକାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଘରୋଇ ଦଳ କିନ୍ତୁ ପ୍ରଥମ ବଲ୍‌ରେ ୱିକେଟ୍ ହରାଇଥିଲା। ଅର୍ଶଦୀପ ସିଂହ ପ୍ରଥମ ଓଭରର ପ୍ରଥମ ଓ ଶେଷ ବଲରେ ୱିକେଟ୍ ଝାଡ଼ିବାରୁ ଭାରତ ଚମତ୍କାର ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ଭାରତୀୟ ବଂଶୋଦ୍ଭବ ନୀତୀଶ କୁମାର ଅବଶ୍ୟ ୨୭ ରନ୍‌ର ଛୋଟିଆ ହେଲେ ପ୍ରଭାବୀ ପାଳି ଖେଳିଥିଲେ। ଶେଷରେ ଆମେରିକା ୮ ୱିକେଟ୍ ବିନିମୟରେ ୧୧୦ ରନ୍‌ରେ ଅଟକି ଯାଇଥିଲା। ନ୍ୟୁୟର୍କର କଠିନ ପିଚ୍‌ରେ ଆମେରିକା ଭାରତକୁ ୧୧୧ ରନ୍‌ର ଲକ୍ଷ୍ୟ ଦେଇଥିଲା। ତେବେ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତ ସହ ଆମେରିକୀୟ ପ୍ରଶଂସକଙ୍କୁ ବି ସ୍ତବ୍ଧ କରି ଦେଇଥିଲା। କେବଳ କୋହଲି ନୁହେଁ ଅନ୍ୟତମ ମହାନ ତାରକା ରୋହିତ ଶର୍ମା ବି ଆରମ୍ଭରୁ ହିଁ ଆଉଟ୍‌ ହୋଇଥିଲେ। କୋହଲି-ରୋହିତ ୧୦ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ପରେ ଋଷଭ ପନ୍ତ ଲଢ଼ୁଆ ୨୦ ରନ୍ କରି ଭାରତ ପାଳିକୁ ଆଗେଇ ନେଇଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ (୫୦*) ଓ ଶିବମ ଦୁବେ (୩୧*) ଦମ୍‌ଦାର ବ୍ୟାଟିଂ କରି ଭାରତକୁ ୩ ଓ୍ୱିକେଟ୍ ହରାଇ ଲଗାତାର ତୃତୀୟ ବିଜୟ ଉପହାର ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking