କୋଲକାତା : ହିଜାବ ପିନ୍ଧିବା ବନ୍ଦ କରିବାକୁ କୁହାଯିବା ପରେ କୋଲକାତା ଆଇନ ମହାବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଇସ୍ତଫା ଦେଇଛନ୍ତି। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବୁର୍ଖା ପିନ୍ଧିବାକୁ ବିବାଦ। ଏଠାରେ ଜଣେ ଶିକ୍ଷୟିତ୍ରୀଙ୍କୁ ବୁର୍ଖା ନପିନ୍ଧିବାକୁ ଆଇନ୍ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ଏହି ନିର୍ଦ୍ଦେଶ ନେଇ ଅଧ୍ୟାପିକା ଜଣକ ଚାକିରିରୁ ଇସ୍ତଫା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, କଲେଜ କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ, ସେହିଭଳି କିଛି ଘଟି ନାହିଁ। କଲେଜ ତରଫରୁ ସଂପୃକ୍ତ ଅଧ୍ୟାପିକାଙ୍କୁ କୁହାଯାଇଛି। ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ପରେ ଅଧ୍ୟାପିକା ଜଣକ ଜୁନ୍ ୧୧ ତାରିଖ ଠାରୁ ପୁଣି ପାଠ ପଢ଼ାଇବା ପାଇଁ ଯୋଗଦେବେ। ସୂଚନାଯୋଗ୍ୟ, ଗତ ତିନିବର୍ଷ ହେଲା ଏଲ୍ଜେଡି ଆଇନ୍ ମହାବିଦ୍ୟାଳୟରେ ଅଧ୍ୟାପିକା ସଂଜୀଦା କାଦରଙ୍କୁ ବୁର୍ଖା ନପିନ୍ଧିବାକୁ କୁହାଯାଉଥିଲା। ଅଧ୍ୟାପିକା ଗତ ୫ ତାରିଖ ଦିନ ଇସ୍ତଫା ଦେଇଥିଲେ। ସେ କହିଥିଲେ, ମହାବିଦ୍ୟାଳୟର ଅଧିକାରୀ ତାଙ୍କୁ ଗତ ମେ’ ୩୧ ତାରିଖ ଦିନ କଲେଜରେ ବୁର୍ଖା ନ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ। କଲେଜର ଗଭର୍ଣ୍ଣିଂ ବଡ଼ିର ଆଦେଶ ମୋର ମୂଲ୍ୟ ଓ ଧାର୍ମିକ ଭାବନାକୁ ଆଘାତ ଦେଇଛି। ସଂଜୀଦା କାଦ ମାର୍ଚ୍ଚ-ଏପ୍ରିଲରୁ କାର୍ଯ୍ୟସ୍ଥଳରେ ହେଡସ୍କୋର୍ଫ ପିନ୍ଧୁଥିଲେ ଏବଂ ଗତ ସହପ୍ତାରେ ବୁର୍ଖା ପିନ୍ଧିବାକୁ ନେଇ ବିବାଦ ଦେଖାଯାଇଥିଲା।